thelifelinemedia
Latest Odisha News, Breaking News Today

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ: ୪୪ମୃତ, ୩୦୦ରୁ ଅଧିକ ଆହତ

ଜକାର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ରାଜଧାନୀ ଜକାର୍ତ୍ତାରୁ ଦକ୍ଷିଣପଶ୍ଚିମ ଦିଗରେ ୭୫ କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି। ୧୦ କିମି ଗଭୀରରେ ଏହା କେନ୍ଦ୍ରୀଭୂତ ହୋଇଛି। ଇଣ୍ଡୋନେସିଆ ଭୂବିଜ୍ଞାନୀ ଏହି ସୂଚନା ଦେଇଛନ୍ତି। ତେବେ ସୁନାମୀର ଭୟ ନାହିଁ ବୋଲି ଭୂବିଜ୍ଞାନୀ କହିଛନ୍ତି।

କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୁତ ହୋଇଥିଲେ ଏଥିରେ ଲୋକଙ୍କ ଜୀବନ ଯାଇଛି। ମୃତ୍ୟୁ  ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ତେବେ ସମ୍ପତ୍ତି ନଷ୍ଟ ହେବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.