Drishyam 2 Actors Fee: ମୋଟା ଅଙ୍କର ଫି ନେଇଛନ୍ତି ଅଜୟ ଦେବଗନ, ଜାଣନ୍ତୁ ଅନ୍ୟ କଳାକାରଙ୍କ ପାରିଶ୍ରମିକ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦୃଶ୍ୟମ-୨’ ଏହି ଶୁକ୍ରବାର ସିନେମାଘରେ ରିଲିଜ୍ ହୋଇଛି। ଫିଲ୍ମ ବକ୍ସ ଅଫିସରେ ଧମାକାଦାର ଆରମ୍ଭ କରିଛି। ପ୍ରଥମ ଦିନରେ ଫିଲ୍ମ ୧୫ କୋଟି ୩୮ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ‘ଦୃଶ୍ୟମ-୨’ ୨୦୧୫ରେ ପରଦାକୁ ଆସିଥିବା ଫିଲ୍ମର ସିକ୍ଵେଲ। ଅଜୟ ଦେବଗନ, ତବୁ, ଶ୍ରୀୟ ସରନ ଏବଂ ଅନ୍ୟ କଳାକାର ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଆସନ୍ତୁ ଜାଣିବା ଫିଲ୍ମରେ କେଉଁ କଳାକାରଙ୍କୁ କେତେ ଫି ମିଳିଛି।
ଅଜୟ ଦେବଗନ ବିଜୟ ସଲଗାଓଁକର ଚରିତ୍ରରେ ଅଭିନୟ କରିଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଜୟ ଫିଲ୍ମ ପାଇଁ ୩୦ କୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି।ତବୁ ଆଇଜି ମୀରା ଦେଶମୁଖ ଭୂମିକାରେ ନଜର ଆସିଛନ୍ତି। ସେ ‘ଦୃଶ୍ୟମ-୨’ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ନେଇଛନ୍ତି।ଆଇଜି ତରୁଣ ଭୂମିକାରେ ଅଭିନୟ କରିଥିବା ଅକ୍ଷୟ ଖନ୍ନା ଫିଲ୍ମ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଛନ୍ତି।
ସିକ୍ଵେଲ ପାର୍ଟରେ ବି ଶ୍ରୀୟା ସରନ ଅଭିନୟ କରିଛନ୍ତି। ତାଙ୍କୁ ନନ୍ଦିନୀ ସଲଗାଓଁକର ଚରିତ୍ରରେ ଦେଖିବାକୁ ମିଳିଛି। ସେ ୨ କୋଟି ଟଙ୍କାର ଫି ନେଇଛନ୍ତି। ଅଜୟ ଦେବଗନଙ୍କ ଝିଅ ଅଞ୍ଜୁ ସଲଗାଓଁକର ଚରିତ୍ରରେ ନଜର ଆସିଛନ୍ତି ଇଶିତା ଦତ୍ତ। ରିପୋର୍ଟ ଅନୁଯାୟୀ, ସେ ଫି ବାବଦରେ ଏକ କୋଟି ୨୦ ଲକ୍ଷ ଟଙ୍କା ନେଇଛନ୍ତି। ମୀରାଙ୍କ ସ୍ଵାମୀ ଭୂମିକାରେ ଥିବା ଅଭିନେତା ରଜତ କପୁର ଏକ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ଶିଶୁ ଚରିତ୍ରରେ ଅଭିନୟ କରିଥିବା ମୃଣାଲ ଯାଧବ ୨୦ ରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ଫି ନେଇଛନ୍ତି।