thelifelinemedia
Latest Odisha News, Breaking News Today

କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ମୁସଲିମ ଯୁବକ ନାବାଳିକା ପତ୍ନୀ ସହ ଶାରୀରିକ ସମ୍ବନ୍ଧ ରଖିବା ଅପରାଧ

ନୂଆଦିଲ୍ଳୀ,୨୦/୧୧: ଶରିୟତ ଆଇନ୍ ଏବଂ ବାଲ୍ୟ ବିବାହକୁ ନେଇ କେରଳ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜଣେ ଅଭିଯୁକ୍ତଙ୍କ ଜାମିନ୍ ଯାଚିକା ଉପରେ ଶୁଶାଣି କରି କୋର୍ଟ କହିଛନ୍ତି ଯେ ଯଦି ଅଭିଯୁକ୍ତ ମୁସଲିମ ହେଲେବି ତାଙ୍କ ଉପରେ ପସ୍କୋ ଆକ୍ଟ ଲାଗୁ ହେବ। କୌଣସି ସମୁଦାୟ ଏହାର ବାହାରେ ନୁହେଁ। ଯଦି କେହି ବ୍ୟକ୍ତି ନାବାଳିକା ପତ୍ନୀଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ ତାଙ୍କ ଉପରେ ବି ଏହି ଆକ୍ଟ ଲାଗୁହେବ।

ଜଷ୍ଟିସ୍ ବାଚୂ କୁରିୟନ ଥମସଙ୍କ ସିଙ୍ଗିଲ୍ ବେଞ୍ଚ ଶୁକ୍ରବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ଅଭିଯୁକ୍ତଙ୍କ ଜାମିନ୍ ଖାରଜ କରିଛନ୍ତି । ପ୍ରକୃତରେ ୩୧ ବର୍ଷୀୟ ବ୍ୟକ୍ତି ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏହାପରେ ତା’ ସହ ବିବାହ ମଧ୍ୟ କରିଥିଲେ। ଅଭିଯୋଗ ହୋଇଛି ଯେ ସେ ନାବାଳିକାକୁ ଅପହରଣ କରି ପରେ ଦୁଷ୍କର୍ମ କରିଥିଲେ। ପରେ ଚାପରେ ଆସି ବିବାହ କରିଥିଲା। ଏହି ସମୟରେ ଅଭିଯୁକ୍ତ କହିଥିଲା ଯେ ସେ ଆଇନତଃ ଭାବରେ ବିବାହ କରିଥିଲା ଏବଂ ମୁସଲିମ ପର୍ସନାଲ ଲ ବୋର୍ଡ ଏହାର ଅନୁମତି ଦେଇଥାଏ।

ଅଭିଯୁକ୍ତ କହଥିଲା ଯେ ତାଙ୍କ ସମୁଦାୟରେ ୧୮ ବର୍ଷର ବାଧ୍ୟତା ନାହିଁ। ଏଥିପାଇଁ ପକ୍ସୋ ଆକ୍ଟ ଅନୁଯାୟୀ ଦଣ୍ଡ ଦିଆଯାଇପାରିବାନାହିଁ। ସେ ପୀଡ଼ିତାଙ୍କ ସହ ମାର୍ଚ୍ଚ ୨୦୨୧ ​‌ରେ ବିବାହ କରିଥିଲେ ଏବଂ ଶରିୟତ ଆଇନ ଅନୁଯାୟୀ ସେମାନେ ପତି-ପତ୍ନୀ। ସେ ହରିୟାଣା, ଦିଲ୍ଲୀ ଏବଂ କର୍ଣ୍ଣାଟକ ହାଇକୋର୍ଟରେ ଅନେକ ଉଦାହରଣ ମଧ୍ୟ ଦେଇଥିଲା।

ତେବେ ଜଷ୍ଟିସ୍ କୁରିୟନ ଏହାକୁ ଖାରଜ କରିବା ସହ କହିଥିଲେ ଯେ, ଉଭୟ ପକ୍ଷ ମଧ୍ୟରୁ ଯଦି କେହି ନାବାଳକ ତେବେ ବିବାହ ମାନ୍ୟ ହେବ ନାହିଁ ଏବଂ ପକ୍ସୋ ଆକ୍ଟ ଅଧୀନରେ ଆସୁଛି। ଅନ୍ୟ କୋର୍ଟଙ୍କ ନିଷ୍ପତ୍ତିରେ କୋର୍ଟ ମନ୍ତବ୍ୟ ଦେବାକୁ ମନା କରିଥିଲେ। କୋର୍ଟ କହିଥିଲେ ଯେ ପକ୍ସୋ ଆକ୍ଟ ଅନେକ ଚିନ୍ତାକରି ତିଆରି କରାଯାଇଥିଲା। ଏହା ବାଲ୍ୟ ବିବାହ ଏବଂ ବାଲ୍ୟ ଯୌନ ଶୋଷଣ ବିରୋଧରେ ରହିଛି। ତେଣୁ ବିବାହ ପରେ ମଧ୍ୟ କୌଣସି ନାବାଳିକା ସହ ଶାରୀରିକ ସମ୍ବନ୍ଧ ରଖିବା ଅପରାଧ। ବିବାହ ପରେ ନାବାଳିକାଙ୍କ ବିକାଶ ଉପରେ ପ୍ରଭାବ ପଡ଼ିଥାଏ। ଏହା ସମାଜ ପାଇଁ ଅଭିଶାପ। ଏହି ତର୍କ ଦେଇ କୋର୍ଟ ଅଭିଯୁକ୍ତଙ୍କ ଜାମିନ୍ ଖାରଜ କରିଛନ୍ତି।

Leave A Reply

Your email address will not be published.