thelifelinemedia
Latest Odisha News, Breaking News Today

ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର, ୨୦।୧୧: ସୃଷ୍ଟି ହେଲା ଅବପାତ। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି l ଏହା ନିଜର ତୀବ୍ରତା ବଜାୟୀ ରଖିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ତାମିଲନାଡୁ -ପୁଡ଼ୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଟ୍ୱିନ-ସିଟି କଟକ ଏବଂ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ତଳ ମୁହାଁ ପାରଦ । ଜି. ଉଦୟଗିରିରେ ୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସେମିଳିଗୁଡାରେ ୮ ଡ଼ିଗ୍ରୀ, କିରେଇ ୯.୫ଡ଼ିଗ୍ରୀ, ଫୁଲବାଣୀରେ ୯.୬  ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୦ଡ଼ିଗ୍ରୀ, କୋରାପୁଟରେ ୧୦ ଡ଼ିଗ୍ରୀ, କେନ୍ଦୁଝରରେ ୧୦ ଡ଼ିଗ୍ରୀ, ଭବାନୀପାଟଣାରେ ୧୦.୬ ଡ଼ିଗ୍ରୀ, ଝାରସୁଗୁଡାରେ ୧୦.୮ ଡ଼ିଗ୍ରୀ, ଚିପିଲିମାରେ ୧୦.୮ ଡ଼ିଗ୍ରୀ, ସୁନ୍ଦରଗଡରେ ୧୨.୫ ଡ଼ିଗ୍ରୀ ଓ ଦେବଗଡରେ ୧୨.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave A Reply

Your email address will not be published.