ଉଗ୍ରରୂପ ନେଲା କଳି, ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର

ଭୁବନେଶ୍ବର, ୨୦।୧୧: ରାଜଧାନୀରେ ଉଗ୍ରରୂପ ନେଲା ସ୍ୱମୀ-ସ୍ତ୍ରୀ କଳି । ଏଥିରେ ସ୍ବାମୀ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରିଛି । ଫଳରେ ସ୍ତ୍ରୀର ମୁଣ୍ଡ ଓ଼ ହାତ ସମେତ ଶରୀରରେ ଗଭୀର କ୍ଷତ ଲଗାଥିବା ବେଳେ ସେ ଗୁରୁତର ରହିଛନ୍ତି । ଆହତ ମହିଳାଙ୍କ ନାମ ସସ୍ମିତା ପରିଡା ବୋଲି ଜଣାପଡ଼ିଛି । ଘରୋଇ କଳିରୁ ସ୍ବାମୀ ଦିଲ୍ଲୀପ ତ୍ରିପାଠୀ, ସସ୍ମିତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛି । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କରିଛି ପୋଲିସ ।