thelifelinemedia
Latest Odisha News, Breaking News Today

ଭୁବନେଶ୍ୱରର ‘କାସା ବକାର୍ଡି ଅନ୍ ଟୁର୍’ ମ୍ୟୁଜିକ୍ କନ୍ସର୍ଟରେ ଯୋଗଦେବେ ନ୍ୟୁକ୍ଲିୟା

ଭୁବନେଶ୍ୱର: ଜଣାଶୁଣା ପାନୀୟ ବ୍ରାଣ୍ଡ୍ ବକାର୍ଡି, ଭୁବନେଶ୍ୱରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ, ଦେଶର
ସବୁଠାରୁ ଲୋକପ୍ରିୟ ତଥା ସ୍ୱାଧୀନ କଳାକାର ନ୍ୟୁକ୍ଲିୟା ଏବଂ ଅନ୍ୟତମ ଡିଜେ ଗୁର୍ବାକ୍ସ୍ଙ୍କ ସହିତ ‘କାସା ବକାର୍ଡି ଅନ୍
ଟୁର୍’ ମ୍ୟୁଜିକ୍ କନ୍ସର୍ଟର ଆୟୋଜନ କରିଛି । ୧୯ ନଭେମ୍ବର,୨୦୨୨ ଶନିବାର ଦିନ ଅପରାହ୍ନ ୫ଟାରେ ଆରମ୍ଭ
ହେଉଥିବା ଏହି ବଡ ପାର୍ଟୀ ଏମ୍ବାସୀ କନସର୍ଟ, ସିମ୍ପୋନୀ ମଲ୍ରେ ଅନୁଷ୍ଠିତ ହେବ ।
ବ୍ରାଣ୍ଡ୍ ବକାର୍ଡିର ସିନିୟର୍ ମ୍ୟାନେଜର୍ ସମିସ୍କା ୟୁନିୟାଲ୍ ଏହି କାର୍ଯ୍ୟକ୍ରମ ବିଷୟରେ କହିଛନ୍ତି, ଞ୍ଛସହରରେ ସଙ୍ଗୀତର
ଭଲପାଇବା ଅଧିକ ରହିଥିବାରୁ, ଆମେ ନ୍ୟୁକ୍ଲିୟାଙ୍କୁ ଭୁବନେଶ୍ୱର ଆଣିବାକୁ ବହୁତ ଆଗ୍ରହୀ । ଇଭେ•୍ ଘୋଷଣା ହେବା
ଦିନଠାରୁ ଆମେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଅନୁଭବ କରିପାରିଛୁ । ଏହାର ପ୍ରତିକ୍ରିୟା ସମ୍ପୂର୍ଣ୍ଣ ଅଭୁତପୂର୍ବ ରହିଛି
ଏବଂ ‘କାସା ବକାର୍ଡି ଅନ୍ ଟୁର୍’ ସହିତ ସହରକୁ ଏହି ଅନୁଭୂତି ଦେବା ପାଇଁ ଆମେ ଅପେକ୍ଷା କରିଛୁ ।‛
ନ୍ୟୁକ୍ଲିୟା ତଥା ଉଦୟାନ୍ ସାଗର୍ ଭାରତ ପାଇଁ ସ୍ୱତନ୍ତ୍ର ବେସ୍ ସଙ୍ଗୀତର ଅଭିଧାନ ବନେଇଛନ୍ତି । ତାଙ୍କର ଟ୍ରାକ୍ ‘ଲେଟ୍ସ୍
ନାଚୋ’ ଏବଂ ‘ପେନ୍ତ୍ରା’ କପୁର୍ ଆଣ୍ଡ୍ ସନ୍ସ୍ ଏବଂ ମୁକ୍କାବାଜ୍ ଭଳି ବଲିଉଡ ଚଳଚିତ୍ରରେ ସ୍ଥାନ ପାଇଛି । ୟୁଟ୍ୟୁବ୍ରେ
୧.୪୮ମିଲିୟନ୍ ସବ୍ସ୍କ୍ରାଇବର୍ଙ୍କ ସହ ସେ ତାଙ୍କ ସଙ୍ଗୀତ ପାଇଁ ନିଆରା ଦର୍ଶକ ଅର୍ଜନ କରିଛନ୍ତି ।
ବକାର୍ଡି ଏକ୍ସପିରିୟନ୍ସେସ୍ ଦ୍ୱାରା ଉପସ୍ଥାପିତ ଓ ଡବ୍ଲୁଏମ୍ଏସ୍ ଦ୍ୱାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମ ପ୍ରମୋସନ୍ ସହଭାଗୀ
ସିଗ୍ନେଚର୍ ୨୪ ପ୍ରଡକ୍ସନ୍ସ ଆୟୋଜନ କରିଛି । ବେସ୍ ରାଜା ନ୍ୟୁକ୍ଲିୟାଙ୍କ ପରବ•ର୍ୀ କନ୍ସର୍ଟର ଏକ ନିଆରା ଅନୁଭୂତିକୁ
ଲାଇଭ୍ ମଜା ନେବା ପାଇଁ https://insider.in/casa-bacardi-on-tour-2022-bhubaneswar-nov19-2022/event ଟିକେଟ୍ ବୁକ୍ କରିପାରିବେ ।

Leave A Reply

Your email address will not be published.