thelifelinemedia
Latest Odisha News, Breaking News Today

ଦିଲ୍ଲୀ MCD ନିର୍ବାଚନ: ଟିଭି ଡିବେଟ୍ ପରେ ଚାଲିଲା ଗୋଇଠା ବିଧା

ନୂଆଦିଲ୍ଲୀ ୧୯।୧୧: ଦିଲ୍ଲୀ ମ୍ୟୁନସିପାଲ କର୍ରପୋରେସନ (ଏମସିଡି) ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଓ ଆମ ଆଦମୀ ପାର୍ଟିର ପ୍ରଚାର ଏବେ ଯୁଦ୍ଧସ୍ତରରେ ଚାଲିଛି। ପରିସ୍ଥିତି ଏବେ ଏପରି ହୋଇଛି ଯେ ନିର୍ବାଚନ ପ୍ରଚାରରେ ଦୁଇ ପାର୍ଟି ମୁହାଁ ମୁହିଁ ହେଲେ ଉତ୍ତେଜକ ପରିସ୍ଥିତି ଉପୁଜୁଛି। ଏହିକ୍ରମରେ ମୟୁରବିହାର ଫେସ୍-୨ରେ ବିଜେପି ପ୍ରାର୍ଥୀ ବିପିନ ବିହାରୀ ସିଂହଙ୍କ ପୁଅକୁ ଏକ ଟିଭି ଡିବେଟ୍‌ରେ ଆପ୍ କାର୍ଯ୍ୟକର୍ତ୍ତାମାନେ  ନିସ୍ତୁକ ମାଡ ମାରିଛନ୍ତି। ଇଷ୍ଟ ଏମସିଡି ମେୟର ବିପିନ ବିହାରି ସିଂହ ପୁଅକୁ ରକ୍ଷା କରିବାକୁ ଆସିବାରୁ ତାଙ୍କୁ ମଧ୍ୟ ନିସ୍ତୁକ ମାଡ ମରାଯାଇଛି। ଏବେ ଏହି ମାମଲା ଥାନାରେ ପହଞ୍ଚିଛି।

ବିପିନ ବିହାରି ସିଂହଙ୍କ ଅନୁସାରେ ଟିଭି ଡିବେଟରେ ତାଙ୍କ ପୁଅ ଥିଲା। ସେଠାରେ ଆପ୍ ପ୍ରାର୍ଥୀ ଦେବେନ୍ଦ୍ର କୁମାରଙ୍କ ସମର୍ଥକମାନେ ତାଙ୍କୁ ମାରପିଟ କରିଥିଲେ। ତାକୁ ବିଧା ଓ ଗୋଇଠା ମରା ଯାଉଥିଲା। ଏଥିରେ ପୁଅକୁ ସେମାନଙ୍କ ଭିତରୁ ବାହାର କରିବାକୁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ଆପ ସମର୍ଥକମାନେ ନିସ୍ତୁକ ମାରପିଟ କରିଥିବା ସିଂହ ଅଭିଯୋଗ କରିଛନ୍ତି। ମାରପିଟ ସୂଚନା ପାଇ ମୟୁରବିହାର ଜିଲ୍ଲା ବିଜେପି ଅଧ୍ୟକ୍ଷ ବିନୋଦ କୁମାର ବଛିତି ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହା ଏକ ନିନ୍ଦନୀୟ କଥା ଓ ଆପ ସମର୍ଥକ ମାନେ ସାହାସ ଥିଲେ ଆଲୋଚନା କୁ ଆସନ୍ତୁ  ଏବଂ ଏପରି କାଣ୍ଡ ନ କରନ୍ତୁ ବୋଲି ବଛିତ କହିଛନ୍ତି।

Leave A Reply

Your email address will not be published.