ସ୍ତ୍ରୀର ମୃତଦେହ ଧରି ଜଲ୍ଲାପାଳ ଅଫିସ୍ରେ ପହଞ୍ଚିଲା ବୃଦ୍ଧ ସ୍ୱାମୀ

କେନ୍ଦ୍ରାପଡ଼ା, ୧୯/୧୧: ସ୍ତ୍ରୀର ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଲେ ବୃଦ୍ଧ ସ୍ଵାମୀ। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଆଗରେ ଆଜି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କଟକ ମେଡିକାଲରେ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ନିଜ ଘର ରାଜନଗର ଥାନା ଅର୍ଗତ ନଳଦିଆ ଗାଁକୁ ମୃତଦେହ ନେବା ପରିବର୍ତ୍ତେ ସ୍ଵାମୀ ବାବାଜୀ ଚରଣ ମହାନ୍ତି ମହାପ୍ରୟାଣ ଗାଡିରେ ମୃତଦେହ ରଖି ସିଧା ଯାଇଥିଲେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟକୁ।
ତେବେ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀ ଆରତୀ ମହାନ୍ତାଙ୍କ ମୃତଦେହକୁ ସୁରକ୍ଷା ଦେବା ପାଇଁ ସେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା କହିଛନ୍ତି । ବାବାଜୀଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଅମର ମହାନ୍ତି ତାର ମାଆ ଆରତୀଙ୍କୁ ମାଡ ମାରି ଆହତ କରିଥିଲା। ମେଡିକାଲରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏବେ ମୃତଦେହ ନେଇ ଗାଁକୁ ଗଲେ ତାଙ୍କ ପୁଅ ପୁଣି ମାରଧର କରିବାର ଆଶଙ୍କା କରି ସେ ଜିଲ୍ଲା ପ୍ରଶାସନଠାରୁ ସୁରକ୍ଷା ମାଗିଛନ୍ତି। ଏ ନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।