thelifelinemedia
Latest Odisha News, Breaking News Today

ଜେଟ୍‌ ଏୟାରଓ୍ବେଜ୍ କର୍ମଚାରୀଙ୍କୁ ଝଟକା, ୫୦ % ଲୋକଙ୍କୁ ବିନା ଦରମାରେ ପଠାଇଲା ଛୁଟିରେ

ନୂଆଦିଲ୍ଲୀ, ୧୮/୧୧: କର୍ମଚାରୀଙ୍କ ଦରମାରେ ୫୦ ପ୍ରତିଶତ କାଟ୍ କରିଛି ଜେଟ୍ ଏୟାରଓ୍ବେସ୍ ଏହାର କିଛି । ଏହା ସହ ବେସରକାରୀ ବିମାନ ୧ ଡିସେମ୍ବରରୁ ଏହାର କିଛି କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ମଧ୍ୟ ପଠାଇବାକୁ ନିଷ୍ପତ୍ତି ନେଇଛି। ତେବେ ଆର୍ଥିକ ସଙ୍କଟ କାରଣରୁ କମ୍ପାନୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଅନ୍ୟପଟେ ଏହି ନିଷ୍ପତ୍ତି କମ୍ପାନୀର ଭବିଷ୍ୟତର ଯୋଜନାକୁ ପ୍ରଭାବିତ କରିପାରେ ନେଇ କୁହାଯାଉଛି। ରିପୋର୍ଟ ଅନୁଯାୟୀ ଏୟାରଲାଇନର ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ ଅଧା କର୍ମଚାରୀଙ୍କ ଉପରେ ପ୍ରଭାବ ପଡ଼ିବ। ଏୟଲାଇନ ସିଇଓ ସଞ୍ଜିବ କୁମାରଙ୍କ ମଧ୍ୟ ଦରମା କାଟ୍ ହେବ। ସେପଟେ ଏହି ଖବର ପ୍ରକାଶ ପରେ ଏୟାରଲାଇନ ସିଇଓ ଟ୍ବିଟ କରି କୌଣସି କର୍ମଚାରୀଙ୍କୁ ବିଦା କରାଯାଉନଥିବା କଥା କହିଛନ୍ତି।

କମ୍ପାନୀର ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଜେଟ୍ ଏୟାରଓ୍ବେଜ୍‌ର ପୁନଃରୁଦ୍ଧାର ପାଇଁ ଯୋଜନା ରହିଛି। କିନ୍ତୁ ୧୮ ନଭେମ୍ବରରେ ନୂଆ ମାଲିକ ଜାଲାନ-କଲରକ୍ କନ୍ସୋର୍ଟିୟମ ନାସନାଲ କମ୍ପାନୀ ଲ ଅପିଲେଟ ଟ୍ରିବ୍ୟୁନାଲ(ଏନସିଏଲଟି)କୁ କହିଥିଲେ ଯେ ସେ କର୍ମଚାରୀଙ୍କ ଭବିଷ୍ୟ ନିଧି ଏବଂ ଗ୍ରାଚ୍ୟୁଟି ବକେୟାର ଅତିରିକ୍ତ ୨୫୦ କୋଟି ଟଙ୍କା ଦେବା ପାଇଁ ଅସମର୍ଥ।

ଏହା ପୂର୍ବରୁ  ଏନସିଏଲଟି ଜେଟ୍ ଏୟାରଓ୍ବେଜ୍‌ର ନୂଆ ମାଲିକ ଜାଲାନ-କଲରକ୍ କନ୍ସୋର୍ଟିୟମଙ୍କୁ କର୍ମଚାରୀଙ୍କ ବକେୟା ଭବିଷ୍ୟ ନିଧି ଏବଂ ଗ୍ରାଚ୍ୟୁଟି ପରିଶୋଧ କରିବାକୁ କହିଥିଲା। କିନ୍ତୁ ଏହାକୁ କମ୍ପାନୀ ପରିଶୋଧ କରିପାରିନଥିଲା।

Leave A Reply

Your email address will not be published.