ଇମ୍ରାନଙ୍କ ଉପରେ ପୁଣି ହୋଇପାରେ ଆକ୍ରମଣ: ଚେତାଇଲେ କୋର୍ଟ

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଉପରେ ଚଳିତ ମାସରେ ଆକ୍ରମଣ ହୋଇଥିଲା। ଏକ ରାଲି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। କିନ୍ତୁ ଏହାରି ମଧ୍ୟରେ ପୁଣିଥରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ପୁଣି ଥରେ ଆକ୍ରମଣ ହୋଇପାରେ ବୋଲି ଚେତାବନୀ ଜାରି କରିଛନ୍ତି ପାକିସ୍ତାନ କୋର୍ଟ। ଗୁଇନ୍ଦା ରିପୋର୍ଟ ଆଧାରରେ କହିଛନ୍ତି କୋର୍ଟ। ଏପରି ସ୍ଥିତିରେ କୁହାଯାଉଛି ଯେ ଇମ୍ରାନଙ୍କ ଉପରେ ଏବେବି ସଙ୍କଟ ଟଳିନାହିଁ ଏବଂ ତାଙ୍କ ଉପରେ ପୁଣି ଥରେ ଆକ୍ରମଣ ହୋଇପାରେ।
ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କ ଉପରେ ପୁନଃ ଆକ୍ରମଣ ନେଇ ଚେତାବନୀ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଆମର ଫାରୁକ ଗୁଇନ୍ଦା ରିପୋର୍ଟ ନେଇ କହିଛନ୍ତି । ଇମ୍ରାନ ଖାନ୍ଙ୍କ ଉପରେ ଆଉ ଏକ ଆତ୍ମଘାତୀ ଆକ୍ରମଣ ସମ୍ଭାବନା ନେଇ କହିଛନ୍ତି। ସରକାର ଏବଂ ରାଜ୍ୟ ଏହି ମାମଲାର ଯାଞ୍ଚ କରିବା ଦରକାର।
ସୂଚନାଯୋଗ୍ୟ, ୨୮ ଅକ୍ଟୋବରରେ ଇମ୍ରାନ ଖାନ୍ ସମଗ୍ର ପାକିସ୍ତାନରେ ଆଜାଦ ମାର୍ଚ୍ଚ ଆରମ୍ଭ କରିଥିଲେ। ଏହି ରାଲିରେ ସେ ପିଏମ ଶହବାଜ ସରିଫ୍ଙ୍କୁ ଟାର୍ଗେଟ କରାଯାଇଛି। ଏହା ବ୍ୟତୀତ ଖୁବ୍ଶୀଘ୍ର ନିର୍ବାଚନ କରିବା ଉପରେ ମଧ୍ୟ ଜୋର୍ ଦିଆଯାଇଛି।
ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଇମ୍ରାନଙ୍କ ଏହି ପ୍ରଦର୍ଶନକୁ ଆହୁରି ତୀବ୍ର କରାଯାଇଥିଲା। ପ୍ରକୃତରେ ଇମ୍ରାନ ଖାନ୍ ୨୦୧୮ ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କୁ ଆରବ ଦେଶ ଯାତ୍ରା ସମୟରେ ସେଠାକାର ଶାସକଙ୍କଠାରୁ ଦାମୀ ଉପହାର ମିଳିଥିଲା। ଯାହାକୁ ଇମ୍ରାନ ତୋଶାଖାନାରେ ଜମା କରିଥିଲେ। କିନ୍ତୁ ପରେ ଇମ୍ରାନ ଶସ୍ତା ଦାମରେ ଏହାକୁ ଲାଭରେ ବିକ୍ରି କରିଦେଇଥିଲେ। ଏହି ପୂରା ପ୍ରକ୍ରିୟାକୁ ପାଇଁ ତାଙ୍କ ସରକାର ଅନୁମତି ମଧ୍ୟ ମିଳିଥିଲା।