ପଦ୍ମପୁର ଉପନିର୍ବାଚନ: ମଇଦାନକୁ ଓହ୍ଲାଇଲେ ପ୍ରଦୀପ ଏବଂ ବର୍ଷା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ମଇଦାନରେ ରହିଲେ ୧୧ ପ୍ରାର୍ଥୀ । ଗତକାଲି ୧୩ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ଆଜି ଆବଶ୍ୟକ ଡକ୍ୟୁମେଣ୍ଟସ ଅଭାବରୁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହୋଇଯାଇଛି ।ସେପଟେ ଆଜିଠୁ ପଦ୍ମପୁରରେ ଜୋର୍ ଧରିଛି ପ୍ରଚାର ପର୍ବ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଛନ୍ତି ।
ପଦ୍ମପୁର ଉପନିର୍ବାଚନ ମଇଦାନରେ ରହିଲେ ୧୧ ପ୍ରାର୍ଥୀ । ବିଜେଡି-ବିଜେପି-କଂଗ୍ରେସ ପ୍ରାର୍ଥୀଙ୍କ ସହ ନିର୍ବାଚନକୁ ଓହ୍ଲାଇଛନ୍ତି ୮ଜଣ ସ୍ବାଧୀନ ପ୍ରାର୍ଥୀ । ଗତକାଲି ନାମାଙ୍କନ କରିଥିବା ୧୦ ସ୍ବାଧୀନ ପ୍ରାର୍ଥୀଙ୍କ ଭିତରୁ ଦୁଇ ଜଣଙ୍କ ନାମାଙ୍କନ ରଦ୍ଦ ହୋଇଛି । ସେମାନେ ଆବଶ୍ୟକ ଡକ୍ୟୁମେଣ୍ଟସ୍ ଦେଇନଥିବାରୁ ସେମାନଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରିଛନ୍ତି ନିର୍ବାଚନ କମିଶନ ।