ହନିଟ୍ରାପରେ ପଡି ପାକିସ୍ତାନକୁ ଦେଉଥିଲା ଗୋପନୀୟ ସୂଚନା

ଦିଲ୍ଲୀ ପୋଲିସ ସୁରକ୍ଷାବଳ ସହାୟତାରେ ଶୁକ୍ରବାର ଦିନ ବିଦେଶ ମନ୍ତ୍ରଣାଳୟର କାର୍ଯ୍ୟରତ ଜଣେ ଡ୍ରାଇଭରକୁ ଗିରଫ କରାଯାଇଛି । ଡ୍ରାଇଭର ଜଣଙ୍କ ଦେଶର ସୁରକ୍ଷାକୁ ନେଇ ଗୋପନୀୟ ସୂଚନା ପାକିସ୍ତାନକୁ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି ।
ସୂତ୍ର ସୂଚନା ମୁତାବକ ପାକିସ୍ତାନର ଆତଙ୍କୀ ସଂଗଠନ ଆଇଏସଆଇ ତରଫରୁ ଏହି ଡ୍ରାଇଭର ଜଣଙ୍କୁ ହନିଟ୍ରାପରେ ଫସାଇ ଦେଇଥିଲା । ପୋଲିସ ଓ ଗୋଇନ୍ଦା ସଂସ୍ଥା ପକ୍ଷରୁ ଏବେ ଏହି ମାମଲାରେ ଅନ୍ୟ କୌଣସି କର୍ମଚାରୀଙ୍କର ସଂପୃକ୍ତି ଅଛି କି ନାହିଁ ତାହା ଉପରେ ଯାଂଚ ଚଳାଇଛନ୍ତି ।
ଉଚ୍ଚ ପଦରେ ଥିବା ଅଧିକାରୀମାନେ ଅନେକ ସମୟରେ ହନିଟ୍ରାପରେ ପଡୁଥିବା ଦେଖାଦେଇଥିଲା । ହେଲେ ପ୍ରଥମ ଥର ଜଣେ ଡ୍ରାଇଭର ପାହ୍ୟାର ଅଧିକାରୀ ଏଭଳି ହନିଟ୍ରାପରେ ପଡିଥିବା କଥା କୁହାଯାଉଛି । ଏପଟେ ଗିରଫ ହୋଇଥିବା ଡ୍ରାଇଭର ନିକଟରୁ କିଛି ମହିଳାଙ୍କର ଫଟୋ ଓ ଭିଡିଓ ମିଳିଛି । ଏନେଇ ବିଦେଶ ମନ୍ତ୍ରଣାଳୟ ତରଫରୁ କୌଣସି ବୟାନ ଜାରି କରାଯାଇ ନାହିଁ ।