thelifelinemedia
Latest Odisha News, Breaking News Today

ଭଷାଣୀରେ ବିନା ଅନୁମତିରେ ଡିଜେ ବଜାଇବା ପଡିଲା ମହଙ୍ଗା, ମାଲିକ ଏବଂ ଡ୍ରାଇଭର ଗିରଫ

ଭୁବନ: ଏବେ ଚାଲିଛି କାର୍ତ୍ତିକେଶ୍ଵର ଭଷାଣୀ ଉତ୍ସବ । ପୋଲିସଠାରୁ ଅନୁମତି ନନେଇ ଅତ୍ୟଧିକ ସାଉଣ୍ଡ ଓ ଭାଇଭ୍ରେଟ ଦେଇ ଭଷାଣୀ ଉତ୍ସବରେ ସାମିଲ ଥିଲା ଡିଜେ ଗାଡି ।  ଖବରପାଇ ଡିଜେ ଗାଡିକୁ ଜବତ କରି ମାଲିକ ଓ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ।

ଡିଜେ ଗାଡିର ମାଲିକ କଟକ ବଡମ୍ବା ଥାନା ଅନ୍ତର୍ଗତ ଝାଜିଆ ଗ୍ରାମର ସନ୍ତୋଷ କୁମାର ବେହେରା(୨୬ ବର୍ଷ) ଏବଂ ଡ୍ରାଇଭର ବଡମ୍ବା ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମର ଚିନ୍ତାମଣୀ ବେଜ (୨୧)ବୋଲି ଜଣାପଡିଛି । ତେବେ ଭୁବନ ପୋଲିସ  ଦୁହିଙ୍କ ଜାମିନ ନାମଞ୍ଜୁର ହେବାରୁ କାମାକ୍ଷାନଗର ଜେଲକୁ ପଠାଇଦେଇଥିବା ଜଣାପଡିଛି।

Leave A Reply

Your email address will not be published.