thelifelinemedia
Latest Odisha News, Breaking News Today

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍, ସିସିଟିଭିରେ କଏଦ ସଂପୂର୍ଣ୍ଣ ଦୃଶ୍ୟ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ସ୍ଥିତ ଲଳିତ କ୍ଲଥ ଷ୍ଟୋର ମାଲିକ ଅଙ୍କିତ ମୁନ୍ଦରା଼ ଙ୍କୁ, ବନ୍ଧୁକ ଓ ଭୁଜାଲି ଦେଖାଇ ଗତ ରାତିରେ ୫୦ହଜାର ରୁ ଉର୍ଦ୍ଧ ଟଙ୍କା ସହ ସୁନା ଚେନ ଓ ୩ଟି ମୋବାଇଲ ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ଆଜି ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି| ଲୁଟ୍‌ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ମୁତାବକ ଅଷ୍ଟମୀ ପାଇଁ ଗତ କାଲି ସନ୍ଧ୍ୟାରେ ଦୋକାନ ପ୍ରବଳ ଭିଡ଼ ଥିବା ବେଳେ,ଦୋକାନ ବନ୍ଦ କରିବାକୁ ଟିକେ ବିଳମ୍ୱ ହୋଇଥିଲା | ତେବେ ଏହାର ସୁଯୋଗ ନେଇ ଦୋକାନ ବନ୍ଦ କରୁଥିବା ବେଳେ,୬ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଦୁଇଟି ବାଇକ ରେ ଆସି, ଫାଙ୍କା ଗୋଳି ଚଳାଇବା ସହ ଦୋକାନୀଙ୍କୁ ଭୁଜାଲି ଦେଖାଇ ପାଖରେ ଥିବା ନଗଦ ୫୦ହଜାର ରୁ ଉର୍ଦ୍ଧ୍ଵ ଟଙ୍କା ସହ ସେ ପିନ୍ଧିଥିବା ସୁନା ଚେନ ଓ ୩ ଟା ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଛନ୍ତି | ଯାହାର ଭିଡ଼ିଓ ଦୋକାନରେ ଲାଗିଥିବା ସିସିଟିଭି ରେ  ସମ୍ପୂର୍ଣ ରେକର୍ଡ ହୋଇଛି |

Leave A Reply

Your email address will not be published.