thelifelinemedia
Latest Odisha News, Breaking News Today

ଗ୍ରାହକଙ୍କୁ SBIର ଝଟକା ! ସୁଧହାର ବଢାଇଲା ବ୍ୟାଙ୍କ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟକା ଦେଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)। ବ୍ୟାଙ୍କ ଭିନ୍ନ ଭିନ୍ନ ଅବଧିର ମାର୍ଜିନାଲ କଷ୍ଟ  ବେସ୍‌ଡ ଲେଡିଂ ରେଟ୍ ଅର୍ଥାତ ଏମସିଏଲଆରରେ ୧୫ ବେସିସ୍ ପଏଣ୍ଟ ଅର୍ଥାତ ୦.୧୫ ପ୍ରତିଶତ ବୃଦ୍ଧି କରିଛି। ଫଳରେ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ହୋଇଯିବ। ଏହି ନୂତନ ଦର ନଭେମ୍ବର ୧୫ ଅର୍ଥାତ ଆଜିଠୁ ଲାଗୁ ହୋଇଛି।

ଏମସିଏଲଆରରେ ବୃଦ୍ଧି ସହିତ  ଲୋନର ଇଏମଆଇ ବଢିବାର ସମ୍ଭାବନା ଅଧିକ ରହିଛି। ଅଧିକାଂଶ ଗ୍ରାହକଙ୍କୁ ମାର୍ଜିନାଲ କଷ୍ଟ ବେସ୍‌ଡ ଲେଡିଂ ରେଟ୍ ଆଧାରରେ ଋଣ ଦିଆଯାଏ। ଏମସିଏଲଆର ବଢିବାରୁ ପର୍ସନାଲ ଲୋନ, ଓଟୋ ଏବଂ ହୋମ ଲୋନ ନେବା ମହଙ୍ଗା ହୋଇଯିବ।

ଏସବିଆଇ ଅନୁଯାୟୀ, ବ୍ୟାଙ୍କ ଗୋଟିଏ ବର୍ଷର ଏମସିଏଲଆର ୦.୧୦ ପ୍ରତିଶତ ବୃଦ୍ଧି କରାଯାଇ ୮.୦୫ ପ୍ରତିଶତ କରାଯାଇଛି। ଏ ପର୍ଯ୍ୟନ୍ତ ଏହା ୭.୯୫ ପ୍ରତିଶତ ରହିଥିଲା। ଦୁଇ ବର୍ଷ ଏବଂ ତିନି ବର୍ଷର ଏମସିଏଲଆରକୁ ୦.୧୦ ପ୍ରତିଶତ ବଢାଯାଇ କ୍ରମଶଃ ୮.୨୫ ପ୍ରତିଶତ ଏବଂ ୮.୩୫ ପ୍ରତିଶତ କରାଯାଇଛି। ଗୋଟିଏ ମାସ ଏବଂ ତିନି ମାସର ଏମସିଏଲଆରକକୁ ୦.୧୫ ପ୍ରତିଶତ ବୃଦ୍ଧି କରାଯାଇ ୭.୭୫ ପ୍ରତିଶତ କରାଯାଇଛି। ଛଅ ମାସର ଏମସିଏଲଆର ୦.୧୫ ପ୍ରତିଶତ ବୃଦ୍ଧି କରାଯାଇ ୮.୦୫ ପ୍ରତିଶତ ଏବଂ ଦିନିକିଆ ଏମସିଏଲଆର ଉପରେ ୦.୧୦ ପ୍ରତିଶତ ବଢାଯାଇ ୭.୬୦ ପ୍ରତିଶତ କରାଯାଇଛି।

Leave A Reply

Your email address will not be published.