‘ସଲାମ୍ ଭେଙ୍କି’ରେ ସାମ୍ଵାଦିକ ଭୂମିକାରେ ଆହାନା

ମୁମ୍ଵାଇ ୧୫।୧୧: ଅପ୍କମିଙ୍ଗ ଫିଲ୍ମ ‘ସଲାମ୍ ଭେଙ୍କି’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଆହାନା କୁମ୍ରା । ଏହି ଫିଲ୍ମରେ ପ୍ରଥମ ଥର ସେ ଜଣେ ସାମ୍ବାଦିକ ଭୂମିକାରେ ଅଛନ୍ତି। ଏହି ପ୍ରୋଜେକ୍ଟରେ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କାଜୋଲଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରେବତୀ । ବର୍ତ୍ତମାନ ସେ ନିଜ ଭୂମିକା ବିଷୟରେ ଆହାନା କହିଛନ୍ତି ‘ଅଭିନୟ କ୍ୟାରିଅର୍ରେ ଆଜି ପର୍ଯ୍ୟନ୍ତ ମୁଁ କେବେ ସାମ୍ବାଦିକ ଭୂମିକା ନିର୍ବାହ କରିନଥିଲି । ଏଥିସହ ପ୍ରସିଦ୍ଧ କଳାକାର, ନିର୍ଦ୍ଦେଶକ, ସିନେମାଟୋଗ୍ରାଫର ଓ ପ୍ରଯୋଜକଙ୍କ ସହ କାମ କରିବାର ସୁଯୋଗ ପାଇବା ମଧ୍ୟ ମୋ ପାଇଁ ମଜାଦାର ଅନୁଭବ।
ଫିଲ୍ମଟି ଭିନ୍ନ ଧରଣର । ଜୀବନର ଏକ ଅଂଶବିଶେଷ ଏହି ଫିଲ୍ମରେ କାମ କରିବା ମୋ ପାଇଁ ବେଶ ଆନନ୍ଦର ବିଷୟ । ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିରେ ନିଜର ଦବ୍ଦବା ବଜାୟ ରଖିଥିବା କାଜୋଲଙ୍କ ସହ କାମ କରିବାର ଅନୁଭବ ଅତ୍ୟନ୍ତ ଚମତ୍କାର। ତାଙ୍କ ସହ ମୋର ଅଧିକ ସିନ୍ ନ ଥିଲେ ମଧ୍ୟ ଏହା ମୋ ପାଇଁ ବଡ଼ ଉପଲବ୍ଧି । ତାଙ୍କଠୁ ବେଶ କିଛି ଶିଖିବାର ସୁଯୋଗ ମୋତେ ମିଳିଛି । ରେବତୀଙ୍କ ନିର୍ଦ୍ଦେଶନା ଶୈଳୀ ପୂରା ଭିନ୍ନ । ତାଙ୍କ ଭଳି ନିର୍ଦ୍ଦେଶକଙ୍କ ସହ କାମ କରିବା ମୋ ପାଇଁ ବଡ଼ ସୁଯୋଗ । ସେ ଅତ୍ୟନ୍ତ ପ୍ରେରଣାପ୍ରଦ, ଅନନ୍ୟ ଓ ପ୍ରତିଭାଶାଳୀ ନିର୍ଦ୍ଦେଶକ ।