thelifelinemedia
Latest Odisha News, Breaking News Today

ମୋରବି ଝୁଲା ପୋଲ ଟ୍ରାଜେଡ଼ି; ଗୁଜରାଟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ହାଇକୋର୍ଟ

ଗାନ୍ଧିନଗର: ମୋରବି ପୋଲ ଭିଶୁଡ଼ିବା ଘଟଣାରେ ଗୁଜରାଟ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ । ଘଟଣା କେମିତି ଘଟିଲା ? କାହିଁକି ବ୍ରିଜ୍ ମରାମତି ହୋଇନଥିଲା ? ଟେଣ୍ଡର ପ୍ରକ୍ରିୟାରେ କାହିଁକି ବିଳମ୍ବ ହେଉଥିଲା ? ବିନା ନିଲାମୀରେ ଅଜନ୍ତା କମ୍ପାନୀକୁ କିପରି କାମ ଦିଆଗଲା ? ତାକୁ ନେଇ ସିଧା ସିଧା ଜବାବ ମାଗିଥିଲେ ଉଚ୍ଚ ଅଦାଲତ । ରାଜ୍ୟ ସରକାର ମାତ୍ର ଦୁଇ ପୃଷ୍ଠାରେ ପୂରା ଦୁର୍ଘଟଣା ବର୍ଣ୍ଣନା କରିଥିବା ନେଇ ମୁଖ୍ୟଶାସନ ସଚିବଙ୍କୁ ପ୍ରଶ୍ନ କରିଥିଲେ କୋର୍ଟ ।

ମୋରବି ଝୁଲା ଦୁର୍ଘଟଣା ନେଇ ଗୁଜୁରାଟ ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ଓ ଜଷ୍ଟିସ୍ ଆଶୁତୋଷ ଶାସ୍ତ୍ରୀଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଧାର୍ଯ୍ୟ ସମୟ ପରେ କହିଁକି ଟେଣ୍ଡର ହୋଇନଥିଲା ବୋଲି ମୁଖ୍ୟ ବିଚାରପତିଙ୍କ ଜଷ୍ଟିସ୍ ଅରବିନ୍ଦ କୁମାର ଗୁଜରାଟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ବ୍ରିଟିଶ ଅମଳର ପୋଲର ମରାମତି ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ । ମୋରବି ନଗରପାଳିକା ଘଣ୍ଟା କମ୍ପାନୀ ଅଜନ୍ତାର ସହଯୋଗୀ କମ୍ପାନୀ ଔରେଭାକୁ ବିନା ଟେଣ୍ଡରେ ୧୫ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ବ ଦେଇଥିଲା । ହେଲେ କମ୍ପାନୀ କର୍ତ୍ତୃପକ୍ଷ ଝୁଲା ପୋଲର ମରାମତି ନକରି ସମୟରେ ଗଡ଼ାଇଚାଲିଥିଲା । ଯାହାଫଳରେ ଏତେ ବଡ଼ ଦୁଘର୍ଟଣା ଘଟିଛି ।

Leave A Reply

Your email address will not be published.