ମୋ ବୟଫ୍ରେଣ୍ଡ ହେଲେ ମୁଁ ଦେବି ୫୭ ଲକ୍ଷ ଟଙ୍କା ଦରମା !

ନୂଆଦିଲ୍ଲୀ ୧୫/୧୧ : ଆପଣ ଅନେକ ପ୍ରକାରର ପ୍ରେମ କାହାଣୀ ଶୁଣିଥିବେ । କିନ୍ତୁ କେବେ ଶୁଣିଛନ୍ତି ପ୍ରେମିକ ହେବାକୁ ଦରମା ପାଇବା କଥା। ହୁଏତ ନାଁ , କିନ୍ତୁ ଏବେ ଘଟିଛି ସେମିତି କିଛି। ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ଦେଉଛନ୍ତି ମାସିକିଆ ଦରମା। ସ୍କଟଲ୍ୟାଣ୍ଡରେ ରହୁଥିବା ଏହି ଝିଅର ନାଁ ଜେନ୍ ପାର୍କ ବୋଲି କୁହାଯାଉଛି।
ନିକଟରେ ଝଅଟି ତାଙ୍କ ପ୍ରେମିକ ସହିତ ଏକ ଭିଡିଓ ଓ ଫଟୋ ସେୟାର କରି ତାଙ୍କ ପ୍ରେମ କାହାଣୀ ସେଆର୍ କରିଛନ୍ତି। ଏହି ଭିଡିଓ ଭାଇରାଲ୍ ହେବା ପରେ ଝିଅକୁ ନେଇ ଖୁବ୍ ଚର୍ଚ୍ଚା। ତେବେ ତାଙ୍କ ଚର୍ଚ୍ଚାର ଏକ ବଡ଼ କାରଣ ହେଉଛି ତାଙ୍କ ଘୋଷଣା। ଝିଅଟି ଘୋଷଣା କରିଥିଲେ ଯେ, ଯିଏ ତାଙ୍କ ପ୍ରେମିକ ହେବ ତାଙ୍କୁ ବାର୍ଷିକ ବେତନ ହିସାବରେ ମିଳିବ ୫୭ ଲକ୍ଷ ଟଙ୍କା। ଏଥିପାଇଁ ଝିଅଟି ଏକ ୱେବସାଇଟ୍ ମଧ୍ୟ ଡିଜାଇନ୍ କରିଥିଲେ, ଯେଉଁଠାରେ ଅନେକ ଲୋକ ଆବେଦନ କରିଥିଲେ ।