thelifelinemedia
Latest Odisha News, Breaking News Today

୧.୫ ଡିଗ୍ରୀ ଭିତରେ ନ ରହିଲେ, ‘ବଞ୍ଚି ପାରିବନି ମଣିଷ’

ନୂଆଦିଲ୍ଲୀ: ଦୁନିଆର ତାପମାତ୍ର ବୃଦ୍ଧିକୁ ୧.୫ ଡିଗ୍ରୀ ସୀମା ଭିତରେ କିପରି ରାଖିଯିବ ? ଇଜିପ୍ଟର ଶର୍ମ ଉଲ ଶେଖରେ ଚାଲିଥିବା ମିଳିତ ଜାତିସଂଘ ଜଳବାୟୁ ସମ୍ମିଳନୀରେ ସାରା ଦୁନିଆର ନୀତି ନିର୍ମାତା, ବୈଜ୍ଞାନିକ ଏବଂ ପରିବେଶବିଦ୍ ଏହା ଉପରେ ମନ୍ଥନ କରୁଛନ୍ତି ।

ମଣିଷଙ୍କ ଜୀବନରେ ମେସିନର ପ୍ରବେଶ ପରଠୁ ଜଳବାୟୁ ପରିବର୍ତ୍ତନର ସଂକଟ ଆରମ୍ଭ ହୋଇଛି । ୧୮୫୦ ମସିହା ପରଠୁ ଏହାର ଆରମ୍ଭ । ପ୍ରଥମେ ମେସିନ ଗୁଡିକ କୋଇଲା କିମ୍ୱା ବିଜୁଳିରୁ ପରିଚାଳିତ ହେଉଥିଲା । ଏହା ପରେ ପ୍ରାକୃତିକ ଗ୍ୟାସ ଏବଂ ଅଶୋଧିତ ତେଲ ମଧ୍ୟ ଉଦ୍ୟୋଗ ଗୁଡିକ ଆଧାର ହେଲେ । ଏ ସବୁ ମାଟି ତଳୁ ବାହାରେ, ଏଥିପାଇଁ ଏହାକୁ ଜୀବାସ୍ମ ଇନ୍ଧନ କହୁଯାଏ, କିନ୍ତୁ ଏହି ଇନ୍ଧନ ଜଳିବା ଯୋଗୁଁ ପ୍ରଚୁର ମାତ୍ରାରେ ଅଙ୍ଗାରକାମ୍ଲ ନିର୍ଗମନ ହୋଇଥାଏ । ଏଥିପାଇଁ ଆମ ପୃଥିବୀ ଲାଗାତର ଗରମ ହେବାରେ ଲାଗିଛି ।

ଜଳବାୟୁ ବୈଜ୍ଞାନିକଙ୍କ କହିବା ଅନୁସାରେ, ଯଦି ୧୮୫୦ ମସିହାକୁ ଆଧାର କରାଯାଏ ତେବେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ପୃଥିବୀର ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରୀରୁ ଅଧିକ ହେବ ନାହିଁ । ଏହି କାରଣରୁ ୧.୫ ଡିଗ୍ରୀ ସେଲସିୟସକୁ ନେଇ ବଡ ମନ୍ଥନ ଚାଲିଛି । ଏହି ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ଭିତରେ ହିଁ ରଖିବା ପାଇଁ ସମସ୍ତେ ଜୋର ଦେଉଛନ୍ତି । ଶର୍ମ ଅଲ ଶେଖ ଜଳବାୟୁ ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆ ଦିଲ୍ଲୀରୁ ପହଞ୍ଚିଥିବା ବିଶେଷଜ୍ଞ ଏମ.ରମେଶ ବାବୁ କହିଛନ୍ତି, ୧.୫ ଡିଗ୍ରୀ ଅସମ୍ଭବ ପରି ଲାଗୁଛି, କିନ୍ତୁ ପୂରା ଅସମ୍ଭବ ନୁହେଁ । ଏହା ସମ୍ଭବ ହୋଇପାରିବ, ଯଦି ଏଥିପାଇଁ ଟଙ୍କାର ଅଭାବ ନ ରୁହେ, ସେଚତନତା, ଅଙ୍ଗାରକାମ୍ଲ କମ କରିବା ପାଇଁ ଆବଶ୍ୟକୀୟ ଟେକ୍ନୋଲଜି ଉପଲବ୍ଧ ରୁହେ ।

Leave A Reply

Your email address will not be published.