thelifelinemedia
Latest Odisha News, Breaking News Today

ରାଜ୍ୟର ଧର୍ମଘଟକାରୀ ଓକିଲଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଆଜି (ସୋମବାର) ଓଡ଼ିଶାର ଧର୍ମଘଟକାରୀ ଓକିଲମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି ଏବଂ ଆସନ୍ତା ବୁଧବାର (୧୬ ନଭେମ୍ବର) ଠାରୁ ନିୟମିତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଓକିଲମାନେ ଏଥିରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ଅଦାଲତ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରାଯିବ ଏବଂ ସେମାନଙ୍କ ଲାଇସେନ୍‌ସ ବାର୍‌ କାଉନସିଲ୍‌ ଦ୍ୱାରା ବାତିଲ୍‌ କରାଯିବ ବୋଲି ମଧ୍ୟ ଚେତାବନୀ ଶୁଣାଇଛନ୍ତି।

‘ଆପଣମାନେ ସମସ୍ତେ ରୋଜଗାର ହରାଇବ କି ନାହିଁ ତାହା ଆମେ ଚିନ୍ତା କରୁନାହୁଁ, କିନ୍ତୁ ଜନସାଧାରଣ ଏହିପରି ଯନ୍ତ୍ରଣା ଭୋଗିବା ଉଚିତ୍‌ ନୁହେଁ’ ବୋଲି ଏହି ମାମଲାର ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ କୌଲ ଆନ୍ଦୋଳନକାରୀ ଓକିଲମାନଙ୍କୁ କହିଛନ୍ତି।

Leave A Reply

Your email address will not be published.