thelifelinemedia
Latest Odisha News, Breaking News Today

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ପଟିଆଲା ହାଉସ୍ କୋର୍ଟଙ୍କ ଆଶ୍ୱସ୍ତି

ନୂଆଦିଲ୍ଲୀ ୧୫।୧୧: ମନିଲଣ୍ଡ୍ରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍‌ଙ୍କୁ ପଟିଆଲା ହାଉସ୍ କୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜ୍ୟାକଲିନଙ୍କୁ ଶେଷରେ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଅଭିନେତ୍ରୀଙ୍କ ଜାମିନ ନିବେଦନ ଉପରେ ଶୁଣାଣି ନଭେମ୍ବର ୧୧ ତାରିଖରେ ହେବାର ଥିଲା। ତେବେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନ୍ ନଭେମ୍ବର ୧୦ ତାରିଖରୁ ସମାପ୍ତ ହୋଇଯାଇଥିଲା। ତେବେ କୋର୍ଟ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା (ସିଓରିଟି ବଣ୍ଡ)ରେ ଜାମିନ ମଞ୍ଜୁର କରିଛନ୍ତି।

ସୁକେଶ ଚନ୍ଦ୍ର ଶେଖର ଠକେଇ ମାମଲାରେ ଲିପ୍ତ ଜ୍ୟାକଲିନ୍ ପ୍ରଥମେ ଅନ୍ତରୀଣ ଜାମିନରେ ଥିଲେ। ଏବେ ତାଙ୍କୁ ନିୟମିତ ଜାମିନ୍‌ ମିଳିଯାଇଛି। ତେବେ ନିୟମିତ ଜାମିନ ଲାଗି ଅଭିନେତ୍ରୀଙ୍କ ଆବେଦନ ଉପରେ ପ୍ରବର୍ତ୍ତ ନିର୍ଦ୍ଦେଶାଳୟ(ଇଡି) ଆପତ୍ତି କରିଥିଲେ। ଜାମିନ ପାଇଲେ ଅଭିନେତ୍ରୀ ବିଦେଶ ପଳାଇ ଯାଇ ପାରନ୍ତି ଓ ସାକ୍ଷ ପ୍ରମାଣକୁ ପ୍ରଭାବିତ କରିପାରନ୍ତି ବୋଲି ଇଡି ଆଶଙ୍କା କରିଥିଲେ। ତେବେ ଇଡିଙ୍କ ଯାଞ୍ଚରେ ସହଯୋଗ କରିବା ଲାଗି ଜ୍ୟାକଲିନ ଭରସା ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତିରେ ଏବେ ଜ୍ୟାକଲିନ୍‌ ବିଦେଶ ମଧ୍ୟ ଯାଇପାରିବେ। ତେବେ ସେ କୋର୍ଟଙ୍କ ଅନୁମତିରେ କିଛି ଦିନ ଲାଗି ଦେଶରୁ ବାହାରକୁ ଯାଇ ପାରନ୍ତି। ହେଲେ ସବୁଦିନ ପାଇଁ ଦେଶ ଛାଡିପାରିବେନି ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.