ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଅବଧି ହ୍ରାସ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଅବଧି ହ୍ରାସ ପାଇଛି। ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଦାନ କରାଯିବ। ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ ହ୍ରାସ କରାଯାଇଛି।
ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ରାଜନୈତିକ ଦଳ। ସେପଟେ ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଦାବି କରିଛନ୍ତି। ବିରୋଧୀ ମାନେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେଉନି ବୋଲି ଅଭିଯୋଗ କରିଛନ୍ତି। ଜବାବରେ ଶାସକ ଦଳ କହିଛି ଯେ ନିର୍ବାଚନ ପ୍ରକ୍ରିୟା ନିୟମ ଅନୁସାରେ ହେଉଛି ।