thelifelinemedia
Latest Odisha News, Breaking News Today

ବିସ୍ଫୋରଣରେ ଥରିଲା ଇସ୍ତାନବୁଲ, ଛଅ ମୃତ

ଇସ୍ତାନବୁଲ: ତୁର୍କୀର ରାଜଧାନୀ ଇସ୍ତାନବୁଲ୍‌ର  ଜନଗହଳିପୂର୍ଣ୍ଣ ଇସ୍ତିକଲାଲ ଏଭେନ୍ୟୁରେ ରବିବାର ବଡ ଧରଣର ବିସ୍ଫୋରଣ ଘଟିଛି। ଘଟଣାରେ ଛଅ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣାର ଭିଡିଓ ଫୁଟେଜ୍ ବି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଆମ୍ବୁଲାନ୍ସ, ଦମକଳ ଗାଡି ଏବଂ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ବିସ୍ଫୋରଣର କାରଣ ଜଣା ପଡିନାହିଁ। ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ବନ୍ଦ କରି ଦିଆଯାଇଛି।

ତୁର୍କୀର ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଗାନ ଇସ୍ତାନବୁଲର ଲୋକପ୍ରିୟ ଇସ୍ତିକଲାଲ ଏଭେନ୍ୟୁରେ ରବିବାର ଘଟିଥିବା ଭୀଷଣ ବିସ୍ଫୋରଣ ଘଟଣାକୁ ହମଲା  ବୋଲି ଦର୍ଶାଇଛନ୍ତି। ଘଟଣାରେ ଛଅ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୩ ଜଣ ଆହତ ହୋଇଥିବା କହିଛନ୍ତି। ଘଟଣା ସ୍ଥାନୀୟ ସମୟ ଅପରାହ୍ନ ୪ଟା ୨୦ ମିନିଟ୍‌ରେ ଘଟିଛି। ବିସ୍ଫୋରଣର କାରଣ ସ୍ପଷ୍ଟ ଜଣା ପଡିନାହିଁ। ଏହି ସ୍ଥାନଟି ଲୋକପ୍ରିୟ ସହ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଏଠାରେ ଅନେକ ଦୋକାନ ଏବଂ ରେଷ୍ଟୁରାଣ୍ଟ ରହିଛି। ଉଲ୍ଲେଖନୀୟ ତୁର୍କୀରେ ୨୦୧୫ରୁ ୨୦୧୭ ମଧ୍ୟରେ ଅନେକ ଥର ବିସ୍ଫୋରଣ ଘଟିଥିଲା। ଏଥିରେ ଇସଲାମିକ ଷ୍ଟେଟ୍ ଏବଂ ବେଆଇନ କୁର୍ଦିଶ ଗୋଷ୍ଠୀ ସହ ରହିଥିଲା।

Leave A Reply

Your email address will not be published.