thelifelinemedia
Latest Odisha News, Breaking News Today

ସେଲଫି ହେଲା କାଳ; ଜଳ ପ୍ରପାତରୁ ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ନବରଙ୍ଗପୁର ୧୧/୧୧: ଜଳ ପ୍ରପାତ ପାଖରେ ସେଲ୍ଫି ନେବା ପଡ଼ିଲା ମହଙ୍ଗା। ନିଖୋଜର ୨୪ ଘଣ୍ଟା ପରେ ଜଳପ୍ରପାତରୁ ମିଳିଲା ଯୁବକଙ୍କ ମୃତଦେହ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ମଙ୍ଗରଦୋରାରେ ଥିବା ଘୁମରେଶ୍ବର ଶୈବ ପୀଠ ପାଖରେ ଥିବା ଜଳ ପ୍ରପାତରେ ନିଖୋଜ ଥିବା ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ୨ଦିନର ଅକ୍ଲାନ୍ତ ଉଦ୍ୟମ ପରେ ଶୁକ୍ରବାର ପାଣିରୁ ଯୁବକ ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ହରିବନ୍ଧୁ ଗୌଡ଼ (୧୮) ବୋଲି ଜଣାପଡ଼ିଛି। ସେ କୃଷ୍ଣଗୁଡ଼ା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ଖବର ଅନୁସାରେ ଗତକାଲି ବା ଗୁରୁବାର, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗାଁର  ୩ ଜଣ ଯୁବକ ଘୁମରେଶ୍ବର ଶୈବ ପୀଠ ଦର୍ଶନ କରିବାକୁ ଆସିଥିଲେ। ଯୁବକମାନେ ମହାଦେବ ଦର୍ଶନ ସାରି ପାଖରେ ଥିବା ଜଳପ୍ରପାତରେ ଯାଇ ବୁଲାବୁଲି କରିଥିଲେ। ଏହି ସମୟରେ ମୃତ ଯୁବକ ଜଣଙ୍କର ଜଳ ପ୍ରପାତ ଉପରୁ ସେଲ୍ଫି ନେବାବେଳେ ଗୋଡ଼ ଖସିଯାଇଥିଲା। ଫଳରେ ସେ ଜଳପ୍ରପାତ ପାଣିରେ ପଡ଼ି ନିଖୋଜ ହୋଇଯାଇଥିଲେ। ପରେ ସାଥିରେ ଯାଇଥିବା ସାଙ୍ଗମାନେ ନିଖୋଜ ଥିବା ଯୁବକ ବିଷୟରେ ସମ୍ପୃକ୍ତ ପରିବାର ଙ୍କୁ ଜଣେଇବା ସହ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଜଳ ପ୍ରପାତ ମଧ୍ୟରେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ। କିନ୍ତୁ ଯୁବକଙ୍କ ସନ୍ଧାନ ମିଳିନଥିଲା। ଶୁକ୍ରବାର ସକାଳେ ଅଗ୍ନିଶମ କର୍ମଚାରୀ ପୁଣି ଖୋଜିବା ଜାରି ରଖିଥିଲେ।  କିନ୍ତୁ ତାଙ୍କ ପତ୍ତା ମିଳିନଥିଲା। ଫଳରେ ବାଧ୍ୟ ହୋଇ ଅକ୍ସିଜେନ କୀଟ ପରିଧାନ କରି ଜଳପ୍ରପାତ ପାଣି ଭିତରେ ପଶି ଅଗ୍ନିଶମ କର୍ମଚରୀ ଖୋଜାଖୋଜି କରିବା ପରେ  ବହୁ ସମୟପରେ ନିଖୋଜ ଯୁବକ ହରିବନ୍ଧୁ ଙ୍କ ଶବ ପାଣିରୁ ଉଦ୍ଧାର କରାଯାଇଥିଲା। ପରେ ମୃତ ଯୁବକଙ୍କ  ମରଶରୀର ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ପଠା ଯାଇଛି ।

Leave A Reply

Your email address will not be published.