ସରକାରଙ୍କ ମୋ ଖତ ଯୋଜନା ଦିଗହରା; ପାଣିରେ ପଡ଼ିବକି ୪ କୋଟିର ଅଣୁ ଜୈବଖତ ପ୍ଲାଣ୍ଟ

ଦିଗହରା ହୋଇଛି ସରକାରଙ୍କ ମୋ ଖତ ଯୋଜନା। ଏଥିପାଇଁ ସରକାରଙ୍କ ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ ଏହା ମାଟିରେ ମିଶିବାକୁ ବସିଲାଣି। ସେପଟେ ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦେଶକ। ଖଣ୍ଡପଡ଼ାରେ ବର୍ଜ୍ୟବସ୍ତୁ ଦ୍ୱାରା କମ୍ପୋଷ୍ଟ ଖତ ତିଆରି ପାଇଁ ଅଣୁ ଜୈବଖତ ପ୍ରକଳ୍ପ ହୋଇଥିଲା। ତେବେ ଏହି ପ୍ରକଳ୍ପଟି ତିଆରି ପାଇଁ ସରକାର ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଉପଯୁକ୍ତ ରକ୍ଷଣା ବେକ୍ଷଣା ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି। ପ୍ରକଳ୍ପ କାମ ୩ ବର୍ଷ ହେଲା ସରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ବହୁଦିନ ହେଲା ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ ଏହା କାର୍ଯ୍ୟକ୍ଷମ ହୋଇପାରୁନାହି। ଫଳରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଖତ ଖାଇବାକୁ ବସିଲାଣି। ସହରରୁ ବହୁତ ଦୂରରେ ପ୍ରକଳ୍ପଟି ହୋଇଛି।