thelifelinemedia
Latest Odisha News, Breaking News Today

ବେଙ୍ଗାଲୁରୁ କୋର୍ଟଙ୍କ ବଡ ଆଦେଶ- କଂଗ୍ରେସ ଏବଂ ଭାରତ ଯୋଡୋ ଯାତ୍ରାର ଟ୍ଵିଟର ଆକାଉଣ୍ଟ ବ୍ଲକ୍ କରାଯାଉ

ନୂଆଦିଲ୍ଲୀ: ବେଙ୍ଗାଲୁରୁ କୋର୍ଟ ତରଫରୁ କଂଗ୍ରେସକୁ ଲାଗିଲା ବଡ ଝଟକା। କୋର୍ଟ ନିଜ ଆଦେଶରେ କଂଗ୍ରେସ ଏବଂ ଏହାର ଭାରତ ଯୋଡୋ ଯାତ୍ରାର ଟ୍ଵିଟର ହ୍ୟାଣ୍ଡେଲକୁ ବ୍ଲକ୍ କରିବାକୁ ଆଦେଶ ଦେଇଛନ୍ତି। କଂଗ୍ରେସ ବିରୋଧରେ କପିରାଇଟ୍‌ ଆକ୍ଟ ଆଧାରରେ ଏଫଆଇଆର ରୁଜୁ କରାଯାଇଥିଲା। କେଜିଏଫର ନିର୍ମାତା ଅଭିଯୋଗ କରିଥିଲେ ଯେ, କଂଗ୍ରେସ ଭାରତ ଯୋଡୋ ଯାତ୍ରା ପାଇଁ ଯେଉଁ ମାର୍କେଟିଂ ଭିଡିଓ ପ୍ରସ୍ତୁତ କରିଛି, ସେଥିରେ ତାଙ୍କ ଫିଲ୍ମ ଗୀତର ବ୍ୟବହାର କରାଯାଇଛି।

ଏବେ କୋର୍ଟ ଉକ୍ତ ମାମଲାରେ ଆଦେଶ ଶୁଣାଇଛନ୍ତି। ଅଦାଲତ କହିଛନ୍ତି, ଆବେଦନକାରୀଙ୍କ ଦ୍ଵାରା ସିଡି ଜରିଆରେ ଏହା ପ୍ରମାଣିତ ହୋଇଛି ଯେ, କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ କେଜିଏଫ ୨ର ଗୀତକୁ କିଛି ପରିବର୍ତ୍ତନ କରି ବ୍ୟବହାର କରାଯାଇଛି। କୋର୍ଟ ଏହା ଉପରେ ମଧ୍ୟ ଜୋର ଦେଇ କହିଛନ୍ତି ଯେ, ଏହି ପ୍ରକାରର ମାର୍କେଟିଂ ଭିଡିଓ ପାଇରେସିକୁ ବଳ ଦେଇଛି। ଆଦେଶରେ ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଉଭୟ କଂଗ୍ରେସ ଏବଂ ଭାରତ ଯୋଡୋ ଟ୍ଵିଟର ହ୍ୟାଣ୍ଡେଲରୁ ସେହି ଭିଡିଓକୁ ହଟାଯାଉ ଯେଉଁଥିରେ କେଜିଏଫ ୨ ଫିଲ୍ମ ଗୀତ ବ୍ୟବହାର କରାଯାଇଛି। ଦୁଇ ଟ୍ଵିଟର ହ୍ୟାଣ୍ଡେଲକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, କଂଗ୍ରେସ ଭାରତ ଯୋଡୋ ଯାତ୍ରାକୁ ପ୍ରୋତ୍ସାହିତ କରିବା ପାଇଁ ଏମଆରଟି ମ୍ୟୁଜିକ୍‌ ଗୀତକୁ ବ୍ୟବହାର କରିଛି। ଏମଆରଟି ମ୍ୟୁଜିକ ନିକଟରେ କନ୍ନଡ, ହିନ୍ଦୀ, ତେଲୁଗୁ ଏବଂ ତାମିଲ ଆଦିରେ ୨୦ ହଜାରରୁ ଅଧିକ ଟ୍ରାକ୍ ମ୍ୟୁଜିକର ରାଇଟ୍ସ ବା ଅଧିକାର ରହିଛି। କମ୍ପାନି କେଜିଏଫ ୨ର ମ୍ୟୁଜିକ୍ ରାଇଟ୍ସ ହାସଲ ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଛି। ଏମଆରଟି ମ୍ୟୁଜିକ୍ ଅଭିଯୋଗ କରିଛି ଯେ, କଂଗ୍ରେସ ଆମର ବିନା ଅନୁମତିରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ପାଇଁ ତାଙ୍କ ଗୀତକୁ ବ୍ୟବହାର କରିଛି। ଭିଡିଓରେ କେଜିଏଫ ୨ ଗୀତକୁ ବ୍ୟବହାର କରାଯାଇଛି ଏବଂ ଏଥିରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି।

Leave A Reply

Your email address will not be published.