thelifelinemedia
Latest Odisha News, Breaking News Today

ରାଜଧାନୀରେ ରେଭ୍ ପାର୍ଟି ଉପରେ ଚଢାଉ, ରିସୋର୍ଟର ମାଲିକ ଏବଂ ମ୍ୟାନେଜର ଗିରଫ

ଭୁବନେଶ୍ବର: ବାଜୁଥିଲା ଡିଜେ,  ଚାଲିଥିଲା ରେଭ୍ ପାର୍ଟି।  ତାହା ପୁଣି ମଧ୍ୟ ରାତ୍ରି ପର୍ଯ୍ୟନ୍ତ। ଖବର ପାଇ ଚନ୍ଦକା ସ୍ଥିତ ଏକ ଘରୋଇ ରିସୋର୍ଟରେ ଚଢାଉ କଲା କମିସନରେଟ୍ ପୋଲିସ୍। ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗ୍ରାହକମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ବିଳମ୍ବିତ ରାତି ଯାଏ ମଦର ଆସର ଚାଲିଥିଲା । ଖବର ପାଇ ଚଢାଉ କରିଥିଲା ଚନ୍ଦକା ଥାନା ପୋଲିସ।ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲେ ଗ୍ରାହକ। ପୋଲିସ ରିସୋର୍ଟର ମାଲିକ ଓ ମ୍ୟାନେଜରଙ୍କୁ  ଗିରଫ କରିଛି।

Leave A Reply

Your email address will not be published.