ମାଓ ଇଲାକାରେ ସିଆରପିଏଫ ଜନ ସମ୍ପର୍କ ଶିବିର

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ ଶ୍ରୀରାମପୁର ଠାରେ ଶନିବାର ସିଆରପିଏଫ ଅଷ୍ଟମ ବାଟାଲିଅନ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛିl ସୁରକ୍ଷା କର୍ମୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଏହି ଶିବିରର ମୂଳଲକ୍ଷ୍ୟ ବୋଲି ସିଆରପିଏଫ ଅଧିକାରୀ ଦେବ ପିୟୁଷ ଭରଦ୍ୱାଜ କହିଛନ୍ତି l ପୋଲିସକୁ ବନ୍ଧୁ ବୋଲି ଭାବି ସହଯୋଗର ହାତ ବଢ଼ାଇଲେ ଉଭୟ ଙ୍କ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ୀଭୁତ ହେବ ବୋଲି ଭରଦ୍ୱାଜ କହିଥିଲେl
ଏହି ଅବସରରେ ଶ୍ରୀରାମପୁର ଓ ଯୁବଗୁଡା ଅଂଚଳର ଗରିବ ଲୋକଙ୍କୁ ବିଭିନ୍ନ କୃଷି ସାମଗ୍ରୀ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଯୁବାଗୁଡ଼ା ଡା ସରପଞ୍ଚ ପୀଟର ପାଟ ମାଝୀ, ସିଷ୍ଟର ସିଵା ମାରିଆ, ଜେ ସି ପଲି କା, ସଂଜୀବ ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସି ଆର ପି ଏଫ ଯବାନ ମାନେ ଦିନରାତି ସୁରକ୍ଷା ଯୋଗାଇଦେବା ଫଳରେ ଅଂଚଳରେ ମାଓ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା କହିଥିଲେ l