ତାମିଲନାଡୁରେ RSSର ରୁଟ ମାର୍ଚ୍ଚ କାର୍ଯ୍ୟକ୍ରମ ସ୍ଥଗିତ

ଚେନ୍ନାଇ ୫।୧୧:ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) ରବିବାର ପ୍ରସ୍ତାବିତ ରୁଟ ମାର୍ଚ୍ଚ କରିବନି ବୋଲି ନିଷ୍ପତ୍ତି ନେଇଛି। ଏ ନେଇ ସଂଘ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଅପିଲ କରିବ ବୋଲି କହିଛି। କୋର୍ଟ ସଂଘକୁ ୫୦ଟି ସ୍ଥାନ ବଦଳେ ୩ଟି ସ୍ଥାନରେ ଓ ଅବରୋଧ କ୍ଷେତ୍ରରେ ରୁଟ ମାର୍ଚ୍ଚ କରିବାକୁ ଅନୁମତି ଦେଇଥିବା ବେଳେ ୪୪ଟି ସ୍ଥାନରେ ଜନସଭା କରିବାକୁ ଅନୁମତି ଦେବାକୁ ଆଦେଶ ଦେଇଥିଲେ। ତେବେ ରୁଟ ମାର୍ଚ୍ଚ ଶାନ୍ତିପୂର୍ଣ୍ଣ ଉପାୟରେ ହେବା ଆବଶ୍ୟକ ବୋଲି କୋର୍ଟ ସତର୍କ କରିଥିଲେ।
ତେବେ ଆରଏସଏସ୍ ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ ଅସ୍ୱୀକାର କରିଛି। କହିଛି କାଶ୍ମୀର, ପଶ୍ଚିମବଙ୍ଗ, କେରଳ ଓ ଅନ୍ୟ ସ୍ଥାନମାନଙ୍କରେ ରୁଟ ମାର୍ଚ୍ଚ ସଂଘ ଖୋଲାରେ ଆୟୋଜନ କରିଆସୁଛି। ତେବେ ମାଡ୍ରାସ ହାଇକୋର୍ଟ ଏଥିଲାଗି ଅନୁମତି ଦେଇ ନାହାନ୍ତି। ଏଣୁ ନଭେମ୍ବର ୬ ତାରିଖରେ ତାମିଲନାଡୁ ରୁଟ ମାର୍ଚ୍ଚ ବାତିଲ କରିଥିବା ଘୋଷଣା କରିଛି।