ଆସନ୍ତାକାଲି ଠାରୁ ଭାରତରେ ଚାଲିବ ଡିଜିଟାଲ କରେନ୍ସି

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତରେ ଚାଲିବ ଡିଜିଟାଲ କରେନ୍ସି। ୨୦୨୨ ନଭେମ୍ବର ୧ ତାରିଖ ମଙ୍ଗଳବାର ଠାରୁ ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୂପୀର ପାଇଲଟ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ ସେଗମେଣ୍ଟରେ ଏହାର ପ୍ରଚଳନ ହେବ।
ଏଥିରେ ଦେଶରେ ୯ଟି ବ୍ୟାଙ୍କ ସାମିଲ ହେବେ। ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍ଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ,ୟେସ୍ ବ୍ୟାଙ୍କ, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏଚ୍ଏସ୍ବିସି ବ୍ୟାଙ୍କ ସାମିଲ୍ ହେବେ ବୋଲି ଆର୍ବିଆଇ କହିଛି।
ଏନେଇ ଆର୍ବିଆଇ କହିଛି “ସରକାରୀ ସୁରକ୍ଷା ସହିତ ସେକେଣ୍ଡାରୀ ମାର୍କେଟ୍ ଟ୍ରାଞ୍ଜାକ୍ସନ ପାଇଁ ପାଇଲଟ୍ ଡଙ୍ଗରେ ଇରୂପୀ ପ୍ରଚଳନ ହେଉଛି। ହୋଲସେଲ ସେଗମେଣ୍ଟରେ ଇ-ରୂପୀ ବ୍ୟବହାର ଇଣ୍ଟର-ବ୍ୟାଙ୍କ ମାର୍କେଟ୍କୁ ଅଧିକ ପ୍ରଭାବଶାଳି ବନାଇବ।” ଏକ ବିବୃତ୍ତି ଜାରି କରି ଏପରି କହିଛି ଆର୍ବିଆଇ। ଏଥିରୁ ଶିକ୍ଷା ମିଳିଲେ ଅନ୍ୟସବୁ କ୍ଷେତ୍ରରେ ହୋଲ୍ସେଲ୍ ଟ୍ରାଞ୍ଜାକ୍ସନ, ଏବଂ କ୍ରସ୍ ବୋର୍ଡର ପେମେଣ୍ଟ ବି ମୂଳ ଲକ୍ଷ୍ୟ ରହିବ ବୋଲି ଆର୍ବିଆ କହିଛି।