ବନ୍ଦ କୋଠରୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା : ଘରୁ ମିଳିଲା ହାତୁଡି ଏବଂ ବିଷ ପାଉଡ଼ର

ବରଗଡ଼ ୩୧।୧୦ : ବରଗଡ ଭେଡେନ ଜାମଡୋଲ ଗାଁରେ ଗୋଟିଏ ଘରୁ ୪ ଗଳିତ ଶବ ଉଦ୍ଧାର ଘଟଣାରେ ପୋଲିସର ତନାଘନା। ଘର ଭିତରୁ ହତ୍ୟା ପାଇଁ ବ୍ୟବହାର ହୋଇଥିବା ହାତୁ଼ଡି, ବିଷ ପାଉଡର, କିଛି ଔଷଧ ଏବଂ ଘରର ତାଲା ଚାବି ଜବତ କରିଛି ପୋଲିସ ।
ଖବର ଅନୁଯାୟୀ, ରବିବାର ସଂଧ୍ୟାରେ ଏହି ଗାଁର ଗୋଟିଏ ଘରେ ୪ ଜଣଙ୍କ ମୃତଦେହ ଠାବ କରାଯାଇଥିଲା। ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଚେଦ ପାଇଁ ପୋଲିସ ପଠାଇଛି। ମୃତକମାନେ ଗୋଟିଏ ପରିବାରର ଶେଷଦେବ ମେହେର, ତାଙ୍କ ସ୍ତ୍ରୀ ଖିରେଶ୍ଵରୀ ମେହେର, ପୁଅ ଅରବିନ୍ଦ ମେହେର ଓ ଝିଅ ଶିବାନି ମେହେର।
ଉପର ମହଲାରେ ଖିରେଶ୍ବରୀ ଓ ଝିଅ ଶିବାନୀର ମୃତଦେହ ପଡିଥିବା ବେଳେ , ତଳ ଘରେ ଶେଷଦେବ ଏବଂ ସେହି ଘରୁ ଝୁଲନ୍ତା ଅବସ୍ଥାରେ ପୁଅ ଅରବିନ୍ଦ ମେହେରଙ୍କ ମୃତଦେହ ଠାବ କରାଯାଇଛି।