thelifelinemedia
Latest Odisha News, Breaking News Today

ଭୟଙ୍କର ସାମୁଦ୍ରିକ ଝଡ଼ ନାଲଗାଏରେ କ୍ଷତିଗ୍ରସ୍ତ ଫିଲିପାଇନ୍ସ; ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି

ମାନିଲା: ଭୟଙ୍କର ସାମୁଦ୍ରିକ ଝଡ଼ ନାଲଗାଏରେ କ୍ଷତିଗ୍ରସ୍ତ ହୋଇଛି ଫିଲିପାଇନ୍ସ। ଏଥିରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି। ତେବେ ଆଜି ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ଫେର୍ଡିନାଣ୍ଡ ମାର୍କୋସ ଜୁନିୟର। ହେଲିକପ୍ଟର ଯୋଗେ ସେ ବ୍ୟନ୍ୟାଞ୍ଚଳ ବୁଲି ଦେଖିବା ସହିତ କ୍ଷୟକ୍ଷତି ଆକଳନ କରିଛନ୍ତି।
ଦେଶର ଦକ୍ଷିଣ ସ୍ୱାୟତ ଅଞ୍ଚଳ ବାଂଗସମୋରରେ ଅଧାରୁ ଅଧିକ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଓ ମାଟି ଅତଡ଼ା ଖସିବା ଯୋଗୁ ଅଧିକ ଜୀବନ ଯାଇଥିବା ଫିଲିପାଇନ୍ସ ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି। ୯୮ ମୃତ୍ୟୁ ପରେ ୬୩ ଲୋକେ ନିଖୋଜ ଥିବା ବେଳେ ୬୯ ଲୋକ ଆହତ ହୋଇଛନ୍ତି ବୋଲି ବିଭାଗ କହିଛି। କେବଳ ବାଂଗସମୋର ଅଞ୍ଚଳରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଲୋକ ନିଖୋଜ ଅଛନ୍ତି।

ଝଢ଼ରେ ବର୍ଷା ପବନ ଯୋଗୁ ୭୫୭.୮୪ ମିଲିୟନ ପେସସ(ଫିଲିପାଇନ୍ସ) ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। ସେହିପରି ୪୩୫.୪୬ ମିଲିୟନ ପେସସ ମୂଲ୍ୟର କୃଷିଜାତ ଦ୍ରବ୍ୟ ନଷ୍ଟ ହୋଇଛି।

ସୂଚନା ଥାଉକି, ପ୍ରାୟ ପ୍ରତି ବର୍ଷ ଫିଲିପାଇନ୍ସ ଦ୍ୱୀପସମୂହରେ ପାଖାପାଖି ୨୦ଟି ଝଡ଼ ଆସିଥାଏ। ଫିଲିପିନ୍ସ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍ ଫାୟାର ଅଞ୍ଚଳ ଭିତରେ ରହିଛି। ଏହା ଏମିତି ଏକ ଅଞ୍ଚଳରେ ରହିଛି ଯେଉଁଠି ଅଧିକାଂଶ ଅଗ୍ନେୟ ଉଦଗିରଣ ହୁଏ ଓ ଭୂମିକମ୍ପ ହୋଇଥାଏ। ଏଥିପାଇଁ ଫିଲିପାଇନ୍ସ ବିଶ୍ୱର ସବୁଠାରୁ ପ୍ରକୃତିକ ବିପଦପ୍ରବଣ ଦେଶ ବୋଲି କୁହାଯାଇଥାଏ।

Leave A Reply

Your email address will not be published.