ସାମ୍ନାକୁ ଆସିଲା ମୋରବି ଝୁଲାପୋଲ ଭାଙ୍ଗିବାର ପ୍ରଥମ video

ମୋରବି ୩୧।୧୦: ମୋରବି ଦୁର୍ଘଟଣାର ନୂଆ ଛବି ସାମ୍ନାକୁ ଆସିଛି। ପୋଲ ଭାଙ୍ଗିବା ଘଟଣାର ସିସି ଟିଭି ଫୁଟେଜ ମିଳିଛି। ଯେଉଁଥିରେ କିଛି ଲୋକେ ପୋଲକୁ ହଲାଉଥିବା ଦେଖାଯାଇଛି। ଏଥିରେ ପୋଲଟି ଅଚାନକ ଛିଡିପଡୁଥିବା ଦେଖାଯାଇଛି। ଦୁର୍ଘଟଣା ବେଳେ ପୋଲ ଉପରେ ବହୁ ସଂଖ୍ୟକ ଲୋକ ଥିଲେ। କିଏ ସେଲଫି ନେଉଥିଲା ତ ଆଉ କିଏ ପୋଲ ବାଡକୁ ଧରି ଛିଡା ହୋଇଥିବାର ଦେଖାଯାଇଛି। ୩୬ ସେକେଣ୍ଡର ଏହି ଭିଡିଓରେ ମୃତ୍ୟୁ କିପରି ଲୋକଙ୍କୁ କବଳିତ କରୁଛି ତାହା ଦେଖାଯାଉଛି।
ମୋରବି ଝୁଲାପୋଲ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ସୋମବାର ସକାଳ ସୁଦ୍ଧା ୧୪୧କୁ ପହଞ୍ଚିସାରିଥିଲା। ଅନେକ ଲୋକେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ସୋମବାର ସକାଳ ସୁଦ୍ଧା ମୋରବି ସରକାରୀ ହସ୍ପିଟାଲ ପକ୍ଷରୁ ୯୯ ଜଣ ମୃତକଙ୍କ ସୂଚୀ ଜାରି ହୋଇଥିଲା। ତେବେ ସବୁ ମୃତକଙ୍କ ନାମ ଓ ବୟସ ସୂଚୀରେ ନଥିଲା। ପୋଲଟି ନିର୍ମାଣର ଶହେବର୍ଷ ପୂରଣ କରିସାରିଥିଲା। ନିକଟରେ ମରାମତି ପରେ ପୁଣି ଲୋକଙ୍କ ଲାଗି ପୋଲକୁ ଖୋଲା ଯାଇଥିଲା।