ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି । ନମ୍ବର ପ୍ଲେଟ ଅବଧି ବଢାଇଲା ରାଜ୍ୟ ପରିବହନ ବିଭାଗ । ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର । ଶେଷ ଅଙ୍କ ୧, ୨, ୩, ୪ ପାଇଁ ନଭେମ୍ବର ୩୦ ଶେଷ ତାରିଖ । ଶେଷ ଅଙ୍କ ୫, ୬ ପାଇଁ ଡିସେମ୍ବର ୩୧ ଶେଷ ତାରିଖ । ୭, ୮ ପାଇଁ ଜାନୁଆରୀ ୩୧ ଓବଂ ୯, ୦ ପାଇଁ ଫେବୃଆରୀ ୨୮ ଶେଷ ତାରିଖ ରଖାଯାଇଛି ।
ଦ୍ୱିତୀୟ ଥର ପାଇଁ ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟର ଅବଧି । ନମ୍ବର ପ୍ଲେଟ ଲଗାଇବାର ଅବଧି ବଢାଇଛି ରାଜ୍ୟ ପରିବହନ ବିଭାଗ । ୨୦୨୩ ଫେବ୍ରୁଆରୀ ଯାଏ ଅବଧି ବଢାଇଲେ ରାଜ୍ୟ ସରକାର । ରାଜ୍ୟରେ ଲାଗୁହୋଇଥିବା ଏଚଆରଏସପି ଅବଧିକୁ ରାଜ୍ୟ ସରକାର ପୁଣି ଥରେ ବଢାଇଛନ୍ତି । ଏହା ହେବା ଦ୍ୱାରା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧି ବୃଦ୍ଧି ପାଇଛି ।
ନିଜ ଗାଡିର ନମ୍ବର ପ୍ଲେଟର ଶେଷ ଅଙ୍କ ୧,୨,୩, ୪ ଥିଲେ ଆପଣଙ୍କ ପାଇଁ ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ନଭେମ୍ବର ୩୦ । ଶେଷ ଅଙ୍କ ୫,୬ ଥିଲେ ଡିସେମ୍ବର ୩୧ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ଲଗାଇପାରିବେ । ନମ୍ବର ପ୍ଲେଟର ଶେଷ ଅଙ୍କ ୭ ଓ ୮ ଥିଲେ ଜାନୁୟାରୀ ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ ଲଗାଇପାରିବେ । ଏହା ବାଦ୍ ଶେଷ ଅଙ୍କ ୯ଏବଂ ୦ ଥିଲେ ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ନମ୍ବର ପ୍ଲେଟ ଲଗାଇ ପାରିବେ ।