thelifelinemedia
Latest Odisha News, Breaking News Today

ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର

ପୁରୀ ୨୯।୧୦ : ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର । ଶ୍ରୀମନ୍ଦିର ରତ୍ନବେଦୀ ପଛପାର୍ଶ୍ବରୁ ଚୁନ ଖସିବାର କେଇଦିନ ଯାଇଛି କି ନାହିଁ ପୁଣି ଥରେ ଶ୍ରୀମନ୍ଦିରରୁ ପଥର ଖସିଛି। ଏହି ଘଟଣାଟି ଦୀପାବଳୀର ପୂର୍ବ ଦିନ ଘଟିଛି । ଶ୍ରୀମନ୍ଦିର ମୁଦୁଲି ଦ୍ବାର ପାର୍ଶ୍ବ ମାଜଣା ମଣ୍ଡପ ସମ୍ମୁଖ ନାଟମଣ୍ଡପ ଉପରୁ ଏହି ଦୁଇ କେଜି ଓଜନର ପଥର ଖସିଥିବା କହିଛି ଏଏସଆଇ ।

ତେବେ ମାଙ୍କଡ଼ମାନେ ବିଭିନ୍ନ ସମୟରେ ଏହା ଉପରକୁ ଡେଉଁଥିବାରୁ ଏଭଳି ପଥର ଖସିଥିବା ଅନୁମାନ କରିଛି ଏଏସଆଇ। ପଥର ଟିକୁ ଆଣି ଅନୁଧ୍ୟାନ କରାଯାଉଛି। ଆଜି ସେହି ସ୍ଥାନର ଅନୁଧ୍ୟାନ କରାଯିବ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ସେପଟେ ଶ୍ରୀ ମନ୍ଦିର ରୁ ପଥର ଖସିବା ଫଳ‌ରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ଏହା ବିରାଟ ପ୍ରଶ୍ନବାଚୀ ଠିଆ କରିଛି।

Leave A Reply

Your email address will not be published.