thelifelinemedia
Latest Odisha News, Breaking News Today

ରୁଷକୁ ଡରାଉଛି ଡାର୍ଟି ବମ୍

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପରମାଣୁ ଆକ୍ରମଣ ଆଶଙ୍କା ବଢିବାରେ ଲାଗିଛି । କିଛି ଦିନ ହେବ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବା ନେଇ ବାରମ୍ବାର ରୁଷ ଧମକଚମକ ଦେଇ ଆସୁଛି । ଏହା ଭିତରେ କିନ୍ତୁ ରୁଷର ମୁଣ୍ଡବିନ୍ଧାର କାରଣ ହୋଇଛି ଡାର୍ଟି ବମ୍ । ରୁଷ ସେନା ଓ ରୁଷ ଅକ୍ତିଆର କରିଥିବା ସ୍ଥାନମାନଙ୍କରେ ୟୁକ୍ରେନ ଡାର୍ଟି ବମର ପ୍ରୟୋଗ କରୁଥିବା ଅଭିଯୋଗ ଆଣିଛି ରୁଷ । ଏହା ଭିତରେ ଆମେରିକା ରୁଷକୁ ପୁଣି ଥରେ ଚେତାବନୀ ଦେଇ କହିଛନ୍ତି କି ଯଦି ରୁଷ ପରମାଣୁ ଆକ୍ରମଣ କରେ ଏହାର ବଡ ପରିଣାମ ଭୋଗିବାକୁ ପଡିବ ।

ରୁଷ ପ୍ରତିରକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି ରୁଷ ସେନା ଅକ୍ତିଆର କରିଥିବା ସ୍ଥାନରେ ୟୁକ୍ରେନ ଡାର୍ଟି ବୋମାରେ ଆକ୍ରମଣ କରୁଛି । ରୁଷ ପ୍ରତିରକ୍ଷାମନ୍ତ୍ରୀ ସଗେଇ ଶୋଝୁଙ୍ଗ ୟୁକ୍ରେନ ଉପରେ ଏହି ଅଭିଯୋଗ ଆଣିବା ସହ ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀର ନେତାଙ୍କୁ ଫୋନରେ ଏହି ସମ୍ବନ୍ଧରେ ଜଣାଇଛନ୍ତି । ଏଥିସହ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲାଏଡ ଆଷ୍ଟିନଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଇଛି ରୁଷ । କେବଳ ୟୁକ୍ରେନ ଉପରେ ରୁଷ ଅଭିଯୋଗ ଆଣିନି ବରଂ ଏକଥା ମଧ୍ୟ କହିଛି ୟୁକ୍ରେନ ନାଟୋ ଇସାରାରେ ଏଭଳି କରୁଛି । ୟୁକ୍ରେନ ମଧ୍ୟ ରୁଷର ଏହି ଅଭିଯୋଗକୁ ଖଣ୍ଡନ କରିଛି  ।

Leave A Reply

Your email address will not be published.