thelifelinemedia
Latest Odisha News, Breaking News Today

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, ପରିବହନ ବିଭାଗକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ହାଇକୋଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଶୁଣାଣି ହୋଇଛି । ରାଜ୍ୟ ସଡକ ପରିବହନ ବିଭାଗକୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ଶେଷ ଯାଏ ସ୍ଲଟ ଉପଲବ୍ଧ ଅଛି କି ନାହିଁ ତା ଉପରେ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ଉପରେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି । ତେବେ ଆସନ୍ତା ଅକ୍ଟୋବର ୩୧ ମାମଲାର ପରବର୍ତି ଶୁଣାଣି ହେବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.