thelifelinemedia
Latest Odisha News, Breaking News Today

କଡା ସୁରକ୍ଷା ଭିତରେ କୋର୍ଟରେ ହାଜର ହେଲେ ଅର୍ଚ୍ଚନା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ ହେବା ପରେ ପ୍ରଥମ ଥର ପାଇଁ ସେ କ୍ୟାମେରା ସମ୍ମୁଖକୁ ଆସିଛନ୍ତି । କୋର୍ଟରେ ହାଜର ହେବାକୁ ଆସିଥିବାବେଳେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା । ସେ କହିଛନ୍ତି, ବିନା ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । ଆଉ କୋର୍ଟରୁ ବାହାରିବାବେଳେ କହିଥିଲେ, ଅପେକ୍ଷା କରନ୍ତୁ ତଦନ୍ତ ହେଉ, ସତ୍ୟ ସାମନାକୁ ଆସିବ ।

ତେବେ ଅର୍ଚ୍ଚନା କୋର୍ଟରେ ହାଜର ହେବା ପରେ ତାଙ୍କୁ ତାଙ୍କର ପରିଚୟ ଓ ଠିକଣା ପଚରା ଯାଇଥିଲା । ଏହାପରେ ତାଙ୍କ ବିରୋଧରେ ଥିବା ମାମଲା ନେଇ ତାଙ୍କୁ ଅବଗତ କରାଯାଇଥିଲା । ଏଥିସହ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରିବା ନେଇ ହୋଇଥିବା ମାମଲାରେ ତାଙ୍କୁ ଟ୍ୟାଗ କରାଯାଇଥିଲା । ଏବଂ କଡା ସୁରକ୍ଷା ବଳୟ ଭିତରେ ପୁଣି ଥରେ ତାଙ୍କୁ ଜେଲକୁ ନିଆଯାଇଛି । ଏହା ପରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ । ଜାମିନ ଆବେଦନର ଶୁଣାଣି ବି ହୋଇଥିଲା । କିନ୍ତୁ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ ।

Leave A Reply

Your email address will not be published.