ପାର୍ବଣ ଋତୁରେ ପୁଣି ଡରାଇଲାଣି କରୋନା

କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ ଚିନ୍ତା ବଢାଇଲାଣି କରୋନା । ପ୍ରତି ଲହର ପରି ଏଥରକ ମଧ୍ୟ ମହାରାଷ୍ଟ୍ରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନାର ଗୋଟିଏ ନୂଆ ପ୍ରଜାତି ଓ ଓମିକ୍ରନର ୨ଟି ଉପପ୍ରଜାତି ଚିହ୍ନଟ ହୋଇଛି । କରୋନାର ନୂଆ ପ୍ରଜାତି ଏକ୍ସବିବି ଅଥବା ନୂଆ ଭ୍ୟାରିଏଂଟର ନାମ ‘ଓମିକ୍ରନ ସ୍ପାନ’ ରହିଛି ।
ଯାହା ପ୍ରଥମେ ଚୀନର ମଙ୍ଗୋଲିୟାରେ ଚିହ୍ନଟ କରାଯାଇଥିଲା । ପରେ ୟୁଏସ, ୟୁକେ ଓ ଜର୍ମାନୀରେ ମଧ୍ୟ ଏଥିରେ ଆକ୍ରାନ୍ତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ଓମିକ୍ରନର ଉପପ୍ରଜାତି ବିକ୍ୟୁ ୱାନ ଓ ବିକ୍ୟୁ-୨.୩.୨୦ର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୁହାଯାଉଛି ଏହା ପୂର୍ବରୁ ଚିହ୍ନଟ ପ୍ରଜାତି ବିଏ-୨.୭୫ ଓ ବିଜେ.ୱାନର ଭାଇରସର ସମିଶ୍ରଣ ଅଟେ ।