thelifelinemedia
Latest Odisha News, Breaking News Today

ଚୀନ୍‌ରେ ପୁଣି ମାତିଲା କରୋନା

ସାଂଘାଇ ୧୩।୧୦: ଚୀନ୍‌ରେ ପୁଣି ପ୍ରକୋପ କରୁଛି କରୋନା। ଅଚାନକ କୋଭିଡ ମାମଲା ବଢିବା ଯୋଗୁ ସାଂଘାଇ ସହରରେ ସ୍କୁଲଗୁଡିକୁ ବନ୍ଦ କରିଦିଆଯାଇଛି। ସଂକ୍ରମଣ ନିୟନ୍ତ୍ରଣ ଲାଗି ଜିମ୍, ସ୍କୁଲ, କ୍ଲବ୍, ସିନେମା ହଲ ଓ ବାର ଆଦି ବନ୍ଦ କରିଦିଆଯାଇଛି। ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ସର୍ବ ବୃହତ୍ତ ରାଜନୈତିକ ଆୟୋଜନ କଂଗ୍ରେସର ଦିନକ ପୂର୍ବରୁ କରୋନା ମାମଲାରେ ଏପରି ବୃଦ୍ଧି କର୍ତ୍ତୃପକ୍ଷଙ୍କୁ ତରବରିଆ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି। କେବଳ ସାଂଘାଇ ସହରରେ ନୂଆ ୪୭ଟି ମାମଲା ଆସିଛି। ୧୩ ଜୁଲାଇ ପରେ ଏହି ସଂଖ୍ୟା ସବୁଠୁ ଅଧିକ।

ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ପ୍ରତି ୫ ବର୍ଷରେ କଂଗ୍ରେସ ଆୟୋଜନ କରିଥାଏ। ତେବେଏଥରର ସମ୍ମିଳନୀକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ରାଷ୍ଟ୍ରପତି ଭାବେ ତୃତୀୟ କାର୍ଯ୍ୟକାଳ ନିମନ୍ତେ କଂଗ୍ରେସର ଅନୁମତି ମିଳିବ। ମାଓଙ୍କ ପରେ ଜିନପିଙ୍ଗ ଚୀନ୍‌ରେ ସବୁଠୁ ଶକ୍ତିଶାଳୀ ନେତା ଭାବେ ଉଭା ହୋଇଛନ୍ତି। ଚୀନ୍‌ ସମ୍ବିଧାନ ସଂଶୋଧନ କରି ତାଙ୍କୁ ତୃତୀୟବାର ରାଷ୍ଟ୍ରପତି ଭାବେ ସୁଯୋଗ ଦିଆଯାଉଛି। ତେବେ କଂଗ୍ରେସ ପୂର୍ବରୁ ଅଚାନକ କରୋନା କେସ୍ ବଢିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.