thelifelinemedia
Latest Odisha News, Breaking News Today

ଶ୍ରୀମନ୍ଦିର ସେବାୟତଙ୍କୁ ଯାତ୍ରୀ ଗୁମାସ୍ତାଙ୍କ ଆକ୍ରମଣ

ପୁରୀ, ୧୩/୧୦: ଶ୍ରୀମନ୍ଦିରରେ ଯାତ୍ରୀ ଗୁମାସ୍ତାର ଦାଦାଗିରି । ଜଣେ ସେବାୟତକୁ ପଥରରେ ଆକ୍ରମଣ। ପୁରୀ ଦୋଳବେଦୀ କୋଣରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆକ୍ରମଣର ଶିକାର ହୋଇଥିବା ସେବାୟତ ଜଣକ ହାପି ଗୋଛିକାର ବୋଲି ଜଣାପଡ଼ିଛି । ହାପିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଘଟଣାକୁ ନେଇ ସିଂହଦ୍ଵାର ଥାନାରେ ହାପି ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଗୁମାସ୍ତା ଲୋକନାଥ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ ନେଇ ଏଭଳି ଘଟଣା ଘଟିଥିବା ସୂଚନା ଦେଇଛନ୍ତି ସିଟି ଡିଏସପି କେ.କେ ହରିପ୍ରସାଦ ।

Leave A Reply

Your email address will not be published.