thelifelinemedia
Latest Odisha News, Breaking News Today

ୟୁକ୍ରେନର କିଭ୍ ଅଞ୍ଚଳରେ ବୋମା ବୃଷ୍ଟି କରୁଛନ୍ତି ଇରାନୀ କାମିକାଜେ ଡ୍ରୋନ

କିଭ୍ ୧୩।୧୦: ପଶ୍ଚିମ କିଭ ମାକରାଇଭରେ ଆତଙ୍କ ରଚିଛନ୍ତି ଇରାନ ନିର୍ମିତ କାମିକାଜେ ଡ୍ରୋନ। ଋଷୀୟ ଫୋର୍ସଙ୍କ ସଞ୍ଚାଳିତ ୩ଟି ଆତ୍ମଘାତୀ ଡ୍ରୋନ ରାତି ତମାମ ମାକ୍ରାଇଭ କମ୍ୟୁନିଟି ଉପରେ ଆକ୍ରମଣ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା କିଭ ଆଞ୍ଚଳିକ ପୋଲିସ ମୁଖ୍ୟ ଏଣ୍ଡ୍ରି ନେବିଟୋଭ ଟେଲିଗ୍ରାମ ମ୍ୟାସେଜିଙ୍ଗ ଆପ୍‌ରେ ସୂଚିତ କରିଛନ୍ତି। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଡ୍ରୋନ ଆକ୍ରମଣ ଯୋଗୁ କେହି ମୃତାହତ ହୋଇଥିବାର ଅଭିଯୋଗ ମିଳି ନାହିଁ।

ସେପଟେ କିଭ ଗଭର୍ଣ୍ଣର ଓଲେକ୍ସି କୁଲେବା ଅନ୍ୟ ଏକ ବୟାନରେ ଋଷୀୟ କ୍ଷେପଣାସ୍ତ୍ର କିଭ ନିକଟବର୍ତ୍ତି ଆଖପାଖ ୪୦ଟି ସହର ଓ ଜନପଦକୁ ଟାର୍ଗେଟ କରିଥିବା କହିଛନ୍ତି। କୁଲେବା ଟେଲିଗ୍ରାମ ମେସେଜିଂ ଆପରେ କହିଛନ୍ତି ଯେ ପ୍ରାରମ୍ଭିକ ସୂଚନାରୁ ଏହି ଆକ୍ରମଣ ଲାଗି ଋଷୀୟ ସେନା ଇରାନ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ଜଣାପଡିଛି। ଏଥିରେ ପ୍ରାୟତଃ କାମିକାଜେ ଡ୍ରୋନର ଉପଯୋଗ ହୋଇଥିବା ସେ କହିଛନ୍ତି।

Leave A Reply

Your email address will not be published.