thelifelinemedia
Latest Odisha News, Breaking News Today

ପଞ୍ଚଭୂତରେ ଲୀନ ହେଲେ ନେତାଜୀ ମୁଲାୟମ ସିଂହ ଯାଦବ

ଇଟାଓ୍ଵା: ପଞ୍ଚଭୂତରେ ଲୀନ ହେଲେ  ତିନି ଥରର ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବ। ସୈଫଇରେ ଯାଦବ ପରିବାରର କୋଠିରୁ ପ୍ରାୟ ୫୦୦ ମିଟର ଦୂର ମେଲା ଗ୍ରାଉଣ୍ଡରେ ମୁଲାୟମଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତ୍ରିରଙ୍ଗାରେ ଘୋଡାଯାଇ ତାଙ୍କ ପାର୍ଥିବ ଶରୀର ଅଣା ଯାଇଥିଲା। ମନ୍ତ୍ରୋପଚାର ସହ ବୈଦିକ ରୀତିରେ ପାର୍ଥିବ ଶରୀରକୁ ସ୍ନାନ କରାଯାଇଥିଲା। ଚନ୍ଦନ କାଠରେ ଶୋଇଥିବା ଲୋହିଆଙ୍କ ଶିଷ୍ୟ ମୁଲାୟମଙ୍କ ଶେଷ ଦର୍ଶନ ପାଇଁ ସୈଫଇକୁ ଦେଢ ଲକ୍ଷରୁ ଅଧିକ ଲୋକ ପହଞ୍ଚିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜ୍ରେଶ ପାଠକ, ଉତ୍ତର ପ୍ରଦେଶର ମନ୍ତ୍ରୀ ଜିତିନ ପ୍ରସାଦ, ଅସୀମ ଅରୁଣ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ରାଓ, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଦି ନେତାଜୀ ମୁଲାୟମଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି।

Leave A Reply

Your email address will not be published.