ସମୁଦ୍ର ସୀମା ବିବାଦକୁ ନେଇ ଇସ୍ରାଏଲ ଓ ଲେବାନନ ମଧ୍ୟରେ ରାଜିନାମା

ୟେରୁଜେଲମ ୧୧।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟେର ଲାପିଡ୍ ମଙ୍ଗଳବାର ପଡୋଶୀ ଲେବାନନ ସହ ସମୁଦ୍ର ସୀମା ବିବାଦକୁ ନେଇ ଆମେରିକା ମଧ୍ୟସ୍ଥତାରେ ଐତିହାସିକ ବୁଝାମଣା ହୋଇଥିବା କହିଛନ୍ତି। ଦୀର୍ଘ ମାସର ଆଲୋଚନା ପରେ ଏହି ବୁଝାମଣା ହୋଇଥିବା ସେ କହିଛନ୍ତି। ସେ ଏହାକୁ ଏକ ବିରଳ ବୁଝାମଣା ବୋଲି କହିଛନ୍ତି। କାରଣ ଉଭୟ ଦେଶ ପରସ୍ପରର ଶତ୍ରୁ। ତଥାପି ବୁଝାମଣାରେ ଏବେବି କିଛି ବାଧା ରହିଛି। ଯାହାକ ଇସ୍ରାଏଲରେ ଆଇନତଃ ଚାଲେଞ୍ଜର ସମ୍ମୁଖୀନ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଲାପିଡ କହିଛନ୍ତି ଯେ ଏହି ବୁଝାମଣା ଇସ୍ରାଏଲର ସୁରକ୍ଷାକୁ ମଜଭୁତ କରିବ। ଏହା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ଲାଭ ମିଳିବ। ଏହା ଛଡା ଉତ୍ତର ସୀମାରେ ସ୍ଥାୟୀ ଶାନ୍ତି ସ୍ଥାପିତ ହୋଇପାରିବ। ୧୯୪୮ ମସିହାରେ ଇସ୍ରାଏଲ ଅସ୍ତିତ୍ୱକୁ ଆସିଥିଲା। ସେବେଠାରୁ ଉତ୍ତର ସୀମାରେ ଥିବା ସମୁଦ୍ରକୁ ନେଇ ଲେବାନନ ସହିତ ବିବାଦ ଲାଗି ରହିଥିଲା। ଉଭୟ ଦେଶ ଭୂ-ମଧ୍ୟ ସାଗରର ୮୬୦ ବର୍ଗ କିଲୋମିଟର ଅଞ୍ଚଳକୁ ନିଜର ଦାବି କରିଆସୁଛନ୍ତି।