thelifelinemedia
Latest Odisha News, Breaking News Today

କରୋନା ଆସିବ ବୋଲି କହିଥିବା କରସନ ଦାସ ବାପୁଙ୍କ ଆଶିର୍ବାଦ ନେଲେ ମୋଦି

ରାଜକୋଟ ୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଗସ୍ତର ମଙ୍ଗଳବାର ତୃତୀୟ ଦିନ ଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କରୋନା ଭାଇରସ ମହାମାରୀର ଭବିଷ୍ୟତବାଣୀ କରିଥିବା ମହନ୍ତ କରସନଦାସ ବାପୁଙ୍କୁ ଭେଟିଛନ୍ତି। ବାପୁ ନୂଆ ଭବିଷ୍ୟବାଣୀ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଆଶିର୍ବାଦ ମଧ୍ୟ କରିଛନ୍ତି। ଗସ୍ତର ତୃୀତୟ ଦିନରେ ପ୍ରଧାନମନ୍ତ୍ରୀ ଜମକନ୍ଦୋରାନାରେ ଏକ ଜନସଭାକୁ ସମ୍ବୋଧିତ କରିଥିବା ବେଳେ ମହନ୍ତ କରସନଦାସ ବାପୁଙ୍କ ଭବିଷ୍ୟବାଣୀ ସମ୍ପର୍କରେ କହିଛନ୍ତି।

ମହନ୍ତ କରସନଦାସ ପ୍ରଶିଦ୍ଧ ଭବିଷ୍ୟତ ବକ୍ତା। ଦେଶରେ କରୋନା ଭାଇରସ ସଂକ୍ରମଣ କାଳରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ  ହୋଇଥିଲା। ଯେଉଁଥିରେ ୨୦୨୦ରେ ଭୂତାଣୁ ଜନିତ ବେମାରୀରେ ବିଶ୍ୱରେ କୋଟି କୋଟି ଜନତାଙ୍କ ପ୍ରାଣହାନୀ ହେବ ବୋଲି ଭବିଷ୍ୟତ ବାଣୀ କରିଥିଲେ। ମହନ୍ତ କରସନ ଦାସ ୨୦୨୩-୨୪ ଲାଗି  କରିଥିବା ଭବିଷ୍ୟତ ବାଣୀ ଭିଡିଓ ଏବେ ଭାଇରାଲ ହେଉଛି। ଏଥିରେ ସାରା ବିଶ୍ୱରେ ଏହି ସମୟରେ ଅନାହାର ମୃତ୍ୟୁର ସମ୍ମୁଖୀନ ହେବ ବୋଲି କହିଛନ୍ତି। ଏଣୁ ଏଥିରୁ ବର୍ତ୍ତିବା ଲାଗି ବାପୁ ଲୋକଙ୍କୁ ଜୁଆର ଓ ବାଜରା ବୁଣିବାକୁ କହିଛନ୍ତି। ଲୋକେ ଜୁଆର ଓ ବାଜରା ସହିତ ପାଣି ପିଇ ଅନୁନ୍ୟ ବଞ୍ଚିଯିବେ ବୋଲି କହିଛନ୍ତି।

Leave A Reply

Your email address will not be published.