thelifelinemedia
Latest Odisha News, Breaking News Today

ବାଇକ୍‌ ଡିକି ଭାଙ୍ଗି ୧୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସମ୍ୱଲପୁର: ସମ୍ବଲପୁରରେ ଦିନ ଦ୍ୱିପ୍ରହରେ ଲୁଟ ଅଭିଯୋଗ। ସମ୍ବଲପୁର ସଦର ଡାକ୍ତରଖାନା ସାମ୍ନାରୁ ଏହି ଲୁଟ ହୋଇଥିବା ଅଭିଯୋଗ ହୋଇଛି।  ସଦର ଡାକ୍ତରଖାନା ସାମ୍ନାରେ ବାଇକ ଡିକି ଖୋଲି ଲୁଟେରା ପାଖାପାଖି ୧୧ ଲକ୍ଷ ଲୁଟ କରିନେଇଛନ୍ତି। ଖବର ଅନୁସାରେ ଏମଡି ଜିସାନ ନାମକ ବ୍ୟକ୍ତି ସଦର ମେଡିକାଲ ପାଖରେ ଏକ ଏସି ଓ ରେଫ୍ରିଜେରେଟର ମରାମତି ଦୋକାନ କରିଛନ୍ତି।

ତେବେ ଗାଡ଼ି ଡିକିରେ ସେ ୧୧ ଲକ୍ଷ ଟଙ୍କା ରଖି ଆସି ଦୋକାନ ସଟର୍‌ ଖୋଲୁଥିଲେ। ସେହିସମୟରେ ଲୁଟେରା ଏକ ଆପାଚି ବାଇକ୍‌ରେ ଆସି ଡ଼ିକି ଖୋଲି ପଇସା ଧରି ଫେରାର୍‌ ହୋଇଛନ୍ତି।  ତେବେ ଖବର ପାଇ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.