କେରଳରେ ମଙ୍କିପକ୍ସ ସନ୍ଦିଗ୍ଧ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତ ସହ ବିଶ୍ୱର ୭୮ ଦେଶକୁ ମଙ୍କିପକ୍ସ ବ୍ୟାପିସାରିଛି । ଭାରତର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ଏହାରି ଭିତରେ ଶନିବାର ସକାଳେ କେରଳର ତ୍ରିଶୁରରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ନିକଟରେ ମଙ୍କିପକ୍ସର ଲକ୍ଷଣ ପ୍ରକାଶ ପାଇଥିଲା ଏବଂ ସେ ନିକଟରେ ୟୁଏଇରୁ ଭାରତକୁ ଆସିଥିଲେ।
ମଙ୍କିପକ୍ସର ଲକ୍ଷଣ ପରେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକ ସତର୍କ ହୋଇଛି । ମୃତ୍ୟୁକୁ ନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ରବିବାର କହିଛନ୍ତି, ଯୁବକଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଯାଞ୍ଚ କରାଯିବ। ଯୁବକଙ୍କ ସ୍ୱାବ ଟେଷ୍ଟ ରିପୋର୍ଟ ଆସିବା ପରେ ସେ କହିଛନ୍ତି ଯେ, ଯୁବକ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ନଥିଲା। ବିନା କୌଣସି ରୋଗରେ ମୃତ୍ୟୁ ହେବା ଉପରେ ବିଶେଷଜ୍ଞ ଟିମ ଯାଞ୍ଚ କରିବା ଆରମ୍ଭ କରିବା ସହ ମୃତ୍ୟୁର କାରଣ ଖୋଜୁଛନ୍ତି । ସେ ମଧ୍ୟ କହିଛନ୍ତି, ଜୁଲାଇ ୨୧ରେ ୟୁଏଇରୁ ଫେରିବା ପରେ ଏତେ ବିଳମ୍ୱରେ କାହିଁକି ହସ୍ପିଟାଲରେ ଭର୍ତ୍ତି ହେଲେ ସେ ଉପରେ ମଧ୍ୟ ତଦନ୍ତ କରାଯିବ।