ଜବତ କୋଟି କୋଟି ଟଙ୍କା କାହାର ତାଙ୍କର ନୁହେ ବୋଲି କହିଲେ ପାର୍ଥ ଚାଟାର୍ଜୀ

କୋଲକାତା: ବିଦ୍ୟାଳୟ ନିଯୁକ୍ତି ଅନିୟମିତତାର କେନ୍ଦ୍ର ପାଲଟିଥିବା ପାର୍ଥ ଚାଟାର୍ଜୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢଉରେ ଜବତ କୋଟି କୋଟି ଟଙ୍କା ଓ ସ୍ୱର୍ଣ୍ଣଳଙ୍କାର ତାଙ୍କର ନୁହେଁ ବୋଲି କହିଛନ୍ତି। ତେବେ ତାଙ୍କ ବିରୋଧରେ ହୋଇଥିବା ଏହି ଷଡ଼ଯନ୍ତ୍ରରେ କିଏ ସବୁ ସାମିଲ ଏହା ସମୟ କହିବ ବୋଲି ପାର୍ଥ ଗଣମାଧ୍ୟମକୁ କହିଛନ୍ତି। ମାମଲାରେ ଇଡି ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି। ଚିକିତ୍ସା ଲାଗି ତାଙ୍କୁ ଇଏସଆଇ ହସ୍ପିଟାଲ ନିଆଯାଇଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।
ତେବେ ପୂର୍ବରୁ ପ୍ରାର୍ଥ ଚାଟାର୍ଜୀ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଥିଲେ ଓ ତୃଣମୂଳ କଂଗ୍ରେସରୁ ତାଙ୍କର ବହିଷ୍କାର ଖବରରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ତାଙ୍କ ଲାଗି ପାର୍ଟିର ଏପରି ନିଷ୍ପତ୍ତି ନିରପେକ୍ଷ ଯା଼ଞ୍ଚକୁ ପ୍ରଭାବିତ କରିବ। ଏକଦା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ କୁହାଯାଉଥିବା ପାର୍ଥ ଚାଟାର୍ଜୀ ତାଙ୍କୁ ମନ୍ତ୍ରୀପଦରୁ ହଟାଇ ଦେବା ନିଷ୍ପତ୍ତିକୁ ଉପଯୁକ୍ତ କହିଛନ୍ତି। ୬୯ ବର୍ଷ ବୟସ୍କ ଚାଟାର୍ଜୀଙ୍କୁ ବିଭିନ୍ନ ବିଭାଗର ପ୍ରଭାରୀ ମନ୍ତ୍ରୀ ଭାବେ ତାଙ୍କୁ ଦାଇତ୍ୱରୁ ମୁକ୍ତ କରିଦିଆଯାଇଛି।