thelifelinemedia
Latest Odisha News, Breaking News Today

ଶିବସେନା ଛୋଡେଗା ନେହିଁ: ସଞ୍ଜୟ ରାଉତ

ମୁମ୍ବାଇ: ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ନେଇ ଆଜି ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି। ସଞ୍ଜୟ ରାଉତଙ୍କ ବାସଭବନରୁ ୧୧.୫୦ ଲକ୍ଷ ଟଙ୍କା ଇଡି ଜବତ କରିଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ‘ସଞ୍ଜୟ ରାଉତ ଝୁକେଗା ନେହିଁ, ଶିବସେନା ଛୋଡେଗା ନେହିଁ’ ବୋଲି କହିଛନ୍ତି ସଞ୍ଜୟ ରାଉତ।

ସଞ୍ଜୟ ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, “ଲୋକଙ୍କୁ ମାଡ ମାରି ମୋ ବିରୋଧରେ ମିଥ୍ୟା କାଗଜପତ୍ର କିପରି ତିଆରି କରାଯାଉଛି, ତାହା ମୁଁ ଜାଣିପାରୁଛି। ଏହା କେବଳ ଶିବସେନାକୁ ଦୁର୍ବଳ କରିବା ପାଇଁ ଏହା କରାଯାଉଛି। ଶିବସେନା ଦୁର୍ବଳ ହେବ ନାହିଁ। ସଞ୍ଜୟ ରାଉତ ନତମସ୍ତକ ହୋଇ ଶିବସେନା ଛାଡିବେ ନାହିଁ”।

Leave A Reply

Your email address will not be published.