thelifelinemedia
Latest Odisha News, Breaking News Today

ଆସନ୍ତା ୩ରୁ ରାଜ୍ୟରେ ପୁଣି ହେବ ବର୍ଷା, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୩ରୁ ରାଜ୍ୟରେ ପୁଣି ବର୍ଷା ହେବ । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୪ରେ ଘୂର୍ଣ୍ଣିବଳୟ ହେବ ଓ ୭ରେ ଲଘୁଚାପ ରୂପ ନେବ । ୯ରେ ଏହା ଗଭୀର ଅବପାତର ରୂପ ନେବ । ୭ରୁ ୯ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓ ଉତ୍ତର ବି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଏହି ପୂର୍ବାନୁମାନ କରିଛି ।

ବଙ୍ଗୋପସାଗର ଓ ସଂଲଗ୍ନ ଓଡିଶା ଉପକୂଳରେ ଅଗଷ୍ଟ ୪ ବା ୫ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୭ରେ ଏହା ଲଘୁଚାପରେ ପରିଣତ ହେବ । ୯ରେ ଏହା ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତରେ ପରିଣତ ହେବ । ଉପକୂଳ ଓ ଦକ୍ଷିଣ ଓଡିଶାରେ ଅତି ପ୍ରବଳ ବର୍ଷା ହେବ ବୋଲି ସିଇସି ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.